ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଇଆର୍ସି ସଦସ୍ୟ ଭାବେ ଶପଥ ନେଲେ ସୁଧାଂଶୁ ଶେଖର ବଡ଼ପଣ୍ଡା । ତେବେ ଭୁବନେଶ୍ୱରସ୍ଥିତ ଓଇଆରସିର ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ଏକ ସମାରୋହରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ବୃନ୍ଦ, ଆୟୋଗର ଅନ୍ୟସଦସ୍ୟ, ଶକ୍ତି ବିଭାଗ, ଓଏଚପିସି, ଗ୍ରୀଡକୋ, ଓପିଟିସିଏଲ, ଓଇଆରସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ।ନିଜର ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ, ଶ୍ରୀ ବଡ଼ପଣ୍ଡାଙ୍କ ସଦସ୍ୟ ଭାବେ ଯୋଗଦାନ ଆୟୋଗର କାର୍ଯ୍ୟଧାରାକୁ ଅଧିକ ଶକ୍ତିଶାଳୀ କରିବ ଏବଂ ‘ବିକଶିତ ଓଡ଼ିଶା’ର ପରିକଳ୍ପନା ଅନୁଯାୟୀ ଓଡ଼ିଶାର ବିଦ୍ୟୁତ କ୍ଷେତ୍ରର ସଂସ୍କାର, ଶକ୍ତି ସୁରକ୍ଷା ଏବଂ ଗ୍ରାହକ-କେନ୍ଦ୍ରିତ ଶାସନରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
