ପରିବର୍ତ୍ତନ ହୋଇପାରେ ନିର୍ବାଚନ କ୍ୟାଲେଣ୍ଡର; ପଞ୍ଜାବ ସହିତ ଉତ୍ତରାଖଣ୍ଡର ନିର୍ବାଚନ ଶୀଘ୍ର ହେବା ନେଇ କଳ୍ପନାଜଳ୍ପନା June 15, 2026 | 3:00 PMSatyapathaଜାତୀୟବଡ ଖବରମୁଖ୍ୟ ଖବରରାଜନୀତି ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପରିବର୍ତ୍ତନ ହୋଇପାରେ ନିର୍ବାଚନ କ୍ୟାଲେଣ୍ଡର। ପଞ୍ଜାବ ସହିତ ଉତ୍ତରାଖଣ୍ଡର ନିର୍ବାଚନ ଶୀଘ୍ର ହେବା ନେଇ କଳ୍ପନାଜଳ୍ପନା ।ସମ୍ପ୍ରତି ପଞ୍ଜାବ ରାଜନୀତିରେ ଏକ ନୂଆ ଆଲୋଚନା ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ଯଦିଓ ପଞ୍ଜାବ ବିଧାନସଭାର କାର୍ଯ୍ୟକାଳ ଫେବ୍ରୁଆରି ୨୦୨୭ ରେ ଶେଷ ହେବାକୁ ଯାଉଛି, ପ୍ରଶାସନିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଯୋଗୁ ନଭେମ୍ବର ୨୦୨୬ରେ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଚାଲିଛି । କେବଳ ପଞ୍ଜାବରେ ନୁହେଁ ଏହାର ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ମଧ୍ୟ ଆଗୁଆ ନିର୍ବାଚନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।ରାଜନୈତିକ କରିଡର ଏବଂ ପ୍ରଶାସନିକ ସୂତ୍ର ଅନୁଯାୟୀ, ଆଗୁଆ ନିର୍ବାଚନ କରିବା ପାଇଁ ଦୁଇଟି ମୁଖ୍ୟ କାରଣ ସାମ୍ନାକୁ ଆସୁଛି। ପ୍ରଥମ ପ୍ରମୁଖ କାରଣ ହେଉଛି ହରିଦ୍ୱାର କୁମ୍ଭମେଳା, ଯାହା ୨୦୨୭ ଜାନୁଆରି ୧୪ ରେ ଆରମ୍ଭ ହେଉଛି। ଏହି ବିଶାଳ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବାହିନୀ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଉପରେ ଗୁରୁଦାୟିତ୍ବ ରହିଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଫେବ୍ରୁଆରି ୧ ତାରିଖରେ ଆରମ୍ଭ ହେଉଥିବା ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ। ଏହି ଦୁଇଟି ପ୍ରମୁଖ ଘଟଣାକୁ ନେଇ ନିର୍ବାଚନ କମିସନ ନଭେମ୍ବରରେ ନିର୍ବାଚନ କରିବା ପାଇଁ ଗମ୍ଭୀରତାର ସହ ବିଚାର କରୁଛନ୍ତି।ପଞ୍ଜାବ ସହିତ ଉତ୍ତରାଖଣ୍ଡରେ ମଧ୍ୟ ନିର୍ବାଚନ କାର୍ଯ୍ୟକଳାପ ଜୋରସୋରରେ ଚାଲିଛି। ଫେବ୍ରୁଆରି ଏବଂ ମାର୍ଚ୍ଚ ୨୦୨୭ ମଧ୍ୟରେ ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏବେ ଅନୁମାନ କରାଯାଉଛି ଯେ, ନିର୍ବାଚନ କ୍ୟାଲେଣ୍ଡର ପରିବର୍ତ୍ତନ ହୋଇପାରେ। ପଞ୍ଜାବ ସହିତ ଉତ୍ତରାଖଣ୍ଡର ନିର୍ବାଚନ କରାଯାଇପାରେ। ଯଦି ଏପରି ହୁଏ, ତେବେ ଆଗାମୀ ନଭେମ୍ବର ମାସ ଉତ୍ତର ଭାରତୀୟ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ପ୍ରମାଣିତ ହେବ। ଏନେଇ ଭଗବନ୍ତ ମନ ଏବଂ ପୁଷ୍କର ସିଂ ଧାମି ସରକାର ପ୍ରସ୍ତୁତି ଉପରେ ମଧ୍ୟ ଗୁରୁତ୍ବାରୋପ କରୁଥିବା ମନେ ହେଉଛି।
ସରପଞ୍ଚ ଚାମେଲିଙ୍କୁ ଆକ୍ରମଣ ଘଟଣା ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଡାକ୍ତରଖାନାରେ ଚାମେଲିଙ୍କୁ ଭେଟିଲେ ବିଧାୟିକା ସୋଫିଆ June 15, 2026 | 5:00 PM
୨୦ରେ ମୟୂରଭଞ୍ଜ ଆସିବେ ମୋଦୀ ଓଡ଼ିଶା ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟ ସୂଚୀ June 15, 2026 | 4:00 PM