ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୋଲିଲା ହର୍ମୁଜ ପ୍ରଣାଳୀ । ପୁଣି ଚାଲିଲା ତୈଳ ଜାହାଜ। ଆମେରିକା-ଇରାନ ଯୁଦ୍ଧରେ ବିରାମ ଲାଗିଥିବା ବେଳେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଦେଇଛନ୍ତି ବଡ଼ ସୂଚନା । ଲେଖିଛନ୍ତି, ହର୍ମୁଜରେ ଫସିଥିବା କିଛି ଜାହାଜଗୁଡ଼ିକ ଚଳାଚଳ ଆରମ୍ଭ କରିଛି । ସେଗୁଡ଼ିକ ମଧ୍ୟରେ ବହୁ ତୈଳବୋଝେଇ ଜାହାଜ ରହିଛି ।
ଖୋଲିଲା ହର୍ମୁଜ,
– ହର୍ମୁଜ୍ ପ୍ରଣାଳୀରୁ ହଟିଲା ଅଚଳାବସ୍ଥା
– ଜାହାଜ ଚଳାଚଳ ଆରମ୍ଭ କରିଛି
– ଟ୍ରମ୍ପ୍ ଦେଲେ ଆଶ୍ୱସ୍ତିକର ସୂଚନା
– ବହୁ ତୈଳ ବୋଝେଇ ଜାହାଜ ହର୍ମୁଜରୁ ବାହାରିଛି
– ‘ସଦର୍ଣ୍ଣ ହାଇୱେ’ରେ ଜାହାଜ ଯାଉଥିବା ସୂଚନା
– ଏହା ସମ୍ପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ କହିଲେ ଟ୍ରମ୍ପ୍
– ଜାହାଜ ଚଳାଚଳ ପାଇଁ ଅନ୍ୟ ଅଞ୍ଚଳ ବି ରହିଛି
– ଶାନ୍ତିଚୁକ୍ତି ପାଇଁ ରାଜି ଇରାନ ଓ ଆମେରିକା
– ଜୁନ୍ ୧୯ରେ ହୋଇପାରେ ଶାନ୍ତିଚୁକ୍ତି ସ୍ୱାକ୍ଷର
