ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):NEET UG ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । NEET ପରୀକ୍ଷା ନସରିବା ଯାଏଁ ଭାରତରେ ଟେଲିଗ୍ରାମ ବ୍ୟାନ୍‌ ।NEET UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ। ଏହା ସହିତ ଟେଲିଗ୍ରାମରେ ମେସେଜ୍ ଏଡିଟିଂ ଫିଚରକୁ ଜୁନ୍ ୩୦ ପର୍ଯ୍ୟନ୍ତ ଆକ୍ସେସ୍ କରିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି NTA। ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅନେକ ପରିବର୍ତ୍ତନ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)।

ଏଥର ପରୀକ୍ଷା ଅପରାହ୍ନ ୨ଟା ରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମୋଟ ୧୯୫ ମିନିଟ୍ ଅବଧି ରହିବ।ନୂତନ ବ୍ୟବସ୍ଥା ଅନୁଯାୟୀ, NTA ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସମୟ ପାଇବାକୁ ନିଶ୍ଚିତ ହୋଇଛି। ରଫ୍ ଓ୍ୱର୍କ ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି। ପ୍ରଶ୍ନ ପୁସ୍ତିକାରେ ରଫ୍ କାମ ପାଇଁ ପୃଷ୍ଠା ସଂଖ୍ୟା ଦ୍ୱିଗୁଣିତ କରାଯାଇଛି। ପୂର୍ବରୁ, ଛାତ୍ରଛାତ୍ରୀମାନଙ୍କୁ କେବଳ ଦୁଇଟି ପୃଷ୍ଠା ଯୋଗାଇ ଦିଆଯାଉଥିଲା, କିନ୍ତୁ ଏବେ ସେମାନଙ୍କର ଚାରିଟି ରହିବ ।