ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍‌ପେଣ୍ଡ୍‌। ସସ୍‌ପେଣ୍ଡ୍‌ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ବିବାଦୀୟ ହୋଇଥିଲେ। ସୌମ୍ୟଙ୍କୁ ମାନସିକ ନିର୍ଯାତନା ନେଇ ଅଭିଯୋଗ କରିଥିଲେ ବାପା, ମାଆ।

ସୂଚନାଯୋଗ୍ୟ ଯେ, ବାଲିଅନ୍ତାର ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦୟାଲ ଗଙ୍ଗୱାରଙ୍କ ନାଁକୁ ନେଇ ପ୍ରବଳ ବିବାଦ ଦେଖାଦେଇଥିଲା। ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ତାଙ୍କ ବାପା ଓ ମାଆ ସିଧାସଳଖ ଅଭିଯୋଗ ଆଣିଥିଲେ। ଏହି ହତ୍ୟା ଘଟଣାରେ ଗଙ୍ଗୱାରଙ୍କ ସଂପୃକ୍ତିକୁ ନେଇ ମୃତ ସୌମ୍ୟଙ୍କ ମାଆ ଅଭିଯୋଗ କରିବା ପରେ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।