ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା କଂଗ୍ରେସରେ ବଡ଼ ଅଦଳବଦଳ । ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ। ଲାଲଜୀ ଦେଶାଇ ହେଲେ ନୂଆ ପିସିସି ପ୍ରଭାରୀ । ସେ ପୂର୍ବତନ ପ୍ରଭାରୀ ଅଜୟ କୁମାର ଲଲୁଙ୍କ ସ୍ଥାନ ନେଇଛନ୍ତି। ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନିର୍ଦ୍ଦେଶ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ଏହି ନିଯୁକ୍ତି ପତ୍ର ଜାରି କରିଛନ୍ତି।
ଓଡ଼ିଶା ସହିତ ଏଆଇସିସି ଅନ୍ୟ କେତେକ ରାଜ୍ୟରେ ମଧ୍ୟ ନୂଆ ପ୍ରଭାରୀ ନିଯୁକ୍ତ କରିଛି। ସଞ୍ଜୟ ଦତ୍ତଙ୍କୁ ହରିୟାଣାର ଏବଂ ରାଜେନ୍ଦ୍ର ପାଲ ଗୌତମଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ଦାୟିତ୍ୱ ମିଳିଛି।
