ପଶ୍ଚିମବଙ୍ଗ ନିର୍ବାଚନ; SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଭୋଟର ତାଲିକାରୁ ବାଦ୍‌ ଦେବା ପ୍ରତିବାଦରେ ପ୍ରତିବାଦ କରୁଥିବା ଲୋକମାନେ ବୁଧବାର ସନ୍ଧ୍ୟାରେ ମାଲଦା ଜିଲାରେ ଭୋଟର ତାଲିକାର SIRରେ ସାମିଲ ଥିବା ୩ ଜଣ ମହିଳା ବିଚାରପତିଙ୍କ ସମେତ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ଦୀର୍ଘଘଣ୍ଟା ଧରି ଘେରାଉ କରିଥିଲେ।ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ବିପିନ ପାଞ୍ଚୋଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ଏବଂ ଏହାର ଅଧିକାରୀଙ୍କ ଦ୍ୱାରା କର୍ତ୍ତବ୍ୟର ଅବମାନନା କରାଯାଇଛି।

କୋର୍ଟ ଏହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ପଶ୍ଚିମବଙ୍ଗରେ ସମସ୍ତେ କେବଳ ‘ରାଜନୈତିକ ଭାଷା କୁହନ୍ତି’। ଏହା ହେଉଛି ସବୁଠାରୁ ଧ୍ରୁବୀକରଣ ହୋଇଥିବା ରାଜ୍ୟ। ପଶ୍ଚିମବଙ୍ଗ ଆଡଭୋକେଟ ଜେନେରାଲଙ୍କୁ ସୂର୍ଯ୍ୟକାନ୍ତ ଏହା କହିଛନ୍ତି।ଏହି ଘଟଣା କେବଳ ବିଚାରପତିମାନଙ୍କୁ ଭୟଭୀତ କରିବା ପାଇଁ ନୁହେଁ ବରଂ କୋର୍ଟଙ୍କ କର୍ତ୍ତୃତ୍ୱକୁ ମଧ୍ୟ ଚ୍ୟାଲେଞ୍ଜ କରିବା ପାଇଁ ଏକ ହୀନ ପ୍ରୟାସ। ଏହା ସାଧାରଣ ଘଟଣା ନ ଥିଲା କିନ୍ତୁ ଏହା ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ହୀନ କରିବା ଏବଂ ବାକି ଥିବା ମାମଲାଗୁଡ଼ିକରେ ଆପତ୍ତିଗୁଡ଼ିକର ବିଚାର ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଏକ ଯୋଜନାବଦ୍ଧ ପରି ମନେହୁଏ ବୋଲି କହିଛନ୍ତି ।

ଏହା ସହ ଆମେ ଆଇନକୁ ହାତକୁ ନେବାକୁ କାହାକୁ ଅନୁମତି ଦେବୁ ନାହିଁ ଯାହା ଦ୍ୱାରା ବିଚାରପତିଙ୍କ ମନରେ ମାନସିକ ବ୍ରିଭାନ୍ତ ସୃଷ୍ଟି ହେବ। ଏହା ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା କର୍ତ୍ତବ୍ୟରୁ ଅବ୍ୟାହତି ଏବଂ ଅଧିକାରୀମାନଙ୍କୁ କାରଣ ଦର୍ଶାଇବାକୁ ପଡ଼ିବ ଯେ, କାହିଁକି ଅଧିକାରୀମାନେ ସୂଚନା ପାଇବା ପରେ ମଧ୍ୟ ଅଧିକାରୀମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସୁନିଶ୍ଚିତ କଲେ ନାହିଁ କୋର୍ଟ ତାଙ୍କ ଆଦେଶରେ କହିଛନ୍ତି। ଅନ୍ୟପଟେ ବିଚାରପତିମାନେ କାର୍ଯ୍ୟ କରୁଥିବା ବ୍ଲକ ଉନ୍ନୟନ ଅଧିକାରୀ (BDO)ଙ୍କ କାର୍ଯ୍ୟାଳୟ ଘେରାଉ ଅପରାହ୍ନରେ ଆରମ୍ଭ ହୋଇଥିଲା ଏବଂ କୋଲକାତା ହାଇକୋର୍ଟରୁ ବାରମ୍ବାର ଯୋଗାଯୋଗ ସତ୍ତ୍ୱେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

ସେପଟେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁଯାୟୀ, ଜିଲା ମାଜିଷ୍ଟ୍ରେଟ କିମ୍ବା ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ ଏବଂ ତାଙ୍କୁ ବିଚାରପତିମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଏବଂ ଗୃହ ସଚିବଙ୍କୁ ଡାକିବାକୁ ପଡ଼ିଥିଲା।ଶେଷରେ ଗୃହ ସଚିବ ଏବଂ ଡିଜିପି କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବାସଭବନରେ ପହଞ୍ଚିଥିଲେ। ବରିଷ୍ଠ ବିଚାରପତିମାନେ ମଧ୍ୟ ମୁଖ୍ୟ ବିଚାରପତିଙ୍କ ସହିତ ଯୋଗାଯୋଗରେ ଥିଲେ। ଶେଷରେ ରାତି ୧୨ଟା ପରେ ସମସ୍ତ ବିଚାରପତିଙ୍କୁ ମୁକ୍ତ କରାଯାଇଥିଲା।

ଏପରିକି ସେମାନେ ଯେତେବେଳେ ନିଜ ନିଜ ସ୍ଥାନକୁ ଯାଉଥିଲେ ସେମାନଙ୍କ ଗାଡ଼ି ଉପରକୁ ଢେଲା ପଥର ମାଡ଼ କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts