ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇରାନର କଡ଼ା ଚେତାବନୀ । ଆମେରିକା-ଇସ୍ରାଏଲର ଆତ୍ମସମର୍ପଣ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ । ଏନେଇ ଇରାନ ସାମରିକ ଅପରେସନ କମାଣ୍ଡର ଖାତମ୍ ଅଲ-ଅନବିୟ ଜାତୀୟ ଟିଭିକୁ କହିଥିବାର ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦେଶକୁ ସମ୍ବୋଧନ କରି ଇରାନକୁ କଡ଼ା ଚେତାବନୀ ଦେଇଥିଲେ। ତେବେ ଇରାନ ଟ୍ରମ୍ପଙ୍କ ଧମକକୁ ବେଖାତିର୍ କରି ତାଙ୍କ ଭାଷଣ ଶେଷ ହେବା ପରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଗୁରୁବାର ଇରାନ ସାମରିକ ଅପରେସନ କମାଣ୍ଡର ଖାତମ୍ ଅଲ-ଅନବିୟ ଜାତୀୟ ଟିଭିକୁ କହିଛନ୍ତି ଯେ, ଆମେ କେବଳ ସର୍ବଶକ୍ତିମାନ ଭଗବାନଙ୍କୁ ବିଶ୍ବାସ କରୁ।ଏହି ଯୁଦ୍ଧ ତୁମର ଅପମାନ, ସ୍ଥାୟୀ ଅନୁତାପ ଏବଂ ଆତ୍ମସମର୍ପଣ ପର୍ଯ୍ୟନ୍ତ ଜାରି ରହିବ।
ତେଣୁ ଆହୁରି ବଡ଼ଧରଣର ଆକ୍ରମଣ ଓ ଅଧିକ ବିଧ୍ବଂସ ଦେଖିବାକୁ ଅପେକ୍ଷା କର ବୋଲି କହିଛନ୍ତି। ଟ୍ରମ୍ପ ତାଙ୍କ ଭାଷଣରେ କହିଥିଲେ, ଆସନ୍ତା ଦୁଇରୁ ତିନିସପ୍ତାହରେ ଇରାନ ଉପରେ ଆହୁରି ଅଧିକ ଆକ୍ରମଣ ହେବ ବୋଲି କହିଛନ୍ତି । ସେପଟେ ଟ୍ରମ୍ପଙ୍କ ଭାଷଣ ପରେ ଇରାନ ପକ୍ଷରୁ ଇସ୍ରାଏଲ ଓ ଆମେରିକାଉପରେ ଅଧିକ ଆକ୍ରମଣ କରିବାକୁ ଚେତାବନୀ ଦେଇଥିବାର ଦେଖିବାକୁ ମିଳିଛି ।





