ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁଣି ଶସ୍ତା ହେଲା ସୁନା-ରୂପା ମୂଲ୍ୟ । ତେବେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୩,୩୩୩ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୧,୫୦,୩୭୫ ରେ ସ୍ଥିର ହୋଇଛି । ଏହି ସମୟରେ, ରୂପା ମୂଲ୍ୟରେ ୧୩,୦୩୭ ର ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି, ଯାହା କିଲୋଗ୍ରାମ ପ୍ରତି ୨,୩୦,୪୬୪ କୁ ହ୍ରାସ ପାଇଛି। ସେପଟେ ଯଦି ଭୁବନେଶ୍ବରରେ ସୁନା ରେଟ୍ ଦେଖିବା ତାହେଲେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୫,୧୪୨୦ ରହିଛି ।
ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୩୮୮୦୦ ରହିଛି । ଅନ୍ୟପଟେ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୧୧୩୫୭୦ ରହିଛି ।ଅନ୍ୟପଟେ ରୂପା ଦରରେ ମଧ୍ୟ ହ୍ରାସ ହୋଇଛି । କେଜି ପିଛା ୨,୫୫,୦୦୦ ରହିଛି । ଗୋଟିଏ ଦିନରେ ୧୦ ହଜାର ଟଙ୍କା କମିଥିବାର ଦେଖିବାକୁ ମିଳିଛି ।





