ରାଉରକେଲା, (ସତ୍ୟପାଠବ୍ୟୁରୋ): ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ଜବତ ଘଟଣା ଧୀରେ ଧୀରେ ନୂଆ ମୋଡ ନେବାରେ ଲାଗିଛି। ବିହାରରୁ ନିଲମ୍ବିତ ବିଜେପି ନେତା ପ୍ରକାଶ ପାଶ୍ବାନ୍ ଗିରଫ ହୋଇ ରାଉରକେଲାକୁ ଅଣାଗଲାଣି। ହେଲେ ସମୟ ଯେତେ ବିତୁଛି ରାଜନୀତି ସେତିକି ହଟଚମଟ ସୃଷ୍ଟି କରୁଛି। ପ୍ରକାଶ ପାଶ୍ବାନ ଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଙ୍କ ଖାସ ଲୋକ । ଆଉ ଏନେଇ ସୋସିଆଲ ମିଡିଆ ରୁ ଆରମ୍ଭ କରି ସବୁଠାରେ ବର୍ତ୍ତମାନ ଦଳୀୟ ନେତା ଜୁଏଲଙ୍କ ବିରୋଧରେ ବୟାନବାଜ ଆରମ୍ଭ କରିଦେଇଛନ୍ତି । ଗତକାଲି ଏନେଇ ସୁନ୍ଦରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାରି ଭିତରେ ବିଜେପି ର ବରିଷ୍ଠ ନେତା ତଥା ରାଉରକେଲା ପ୍ରଭାରୀ ବଟ କିଶୋର ମିଶ୍ର ସବୁ ଗୁମର ଖୋଲି ଦେଇଛନ୍ତି। କହିଛନ୍ତି ରାଉରକେଲାରେ ଦଳ ଭିତରେ ଚାଲିଛି ଗୋଷ୍ଠୀକନ୍ଦଳ। କିଛି କୁଚକ୍୍ରୀ ଗୋଷ୍ଠୀ ଏବେ ଦଳ ଭିତରେ ରହି ଦଳକୁ ବଦାନାମ କରିବାକୁ ଚେଷ୍ଟା କରୁଛନ୍ତି। ଏହି କୁଚକ୍ରୀ ଗୋଷ୍ଠୀ ଦଳକୁ ବଦନାମ କରୁଛନ୍ତି। କେବଳ ସେତିକି ନୁହେଁ ଦଳରେ ରହି ଦଳ ବିରୋଧରେ କରୁଛନ୍ତି ରାଜନୈତିକ ଷଡଯନ୍ତ୍ର। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।