ବାରିପଦା, (ସତ୍ୟପାଠବ୍ୟୁରୋ): ବର୍ଷା କମିଛି ମାତ୍ର ଜଳବନ୍ଦୀ ସମସ୍ୟାରେ ଯୁଝୁଛନ୍ତି ଗ୍ରାମବାସୀ। ସାମାନ୍ୟ ବର୍ଷାରେ ଜଳବନ୍ଦୀ ହୋଇପଡୁଛି ପୂରା ଗାଁ। ଘର ଭିତରେ ପାଣି, ରାସ୍ତାରେ ପାଣି, ଏପରିକି ନଳକୂପ ବି ଜଳବନ୍ଦୀ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ପଞ୍ଚାୟତ ଦଳେଇସାହିରେ ଜଳବନ୍ଦୀ ଜୀବନ କାଟୁଛନ୍ତି ଲୋକ। ପ୍ରାୟ ୧୦୦ ପରିବାରର ୪୦୦ ଲୋକ ପ୍ରତିବର୍ଷ ବର୍ଷା ଆସିଲେ ଏହି ଯନ୍ତ୍ରଣା ଭୋଗୁଛନ୍ତି। ଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ପାଣି ଜମିରହୁଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ନେବା ମଧ୍ୟ କଷ୍ଟକର ହୋଇପଡୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
