ସାତଭାୟାରେ କୂଳ ଲଂଘୁଛି ସମୁଦ୍ର, ଲୀନ ହେଉଛି ଗୋଟିଏ ପରେ ଗୋଟିଏ ସନ୍ତକ August 30, 2026 | 2:17 PMSatya Pathaବଡ ଖବରମୁଖ୍ୟ ଖବରରାଜ୍ୟ ଚିଲିକା (ସତ୍ୟପାଠବ୍ୟୁରୋ) : ସମୁଦ୍ର ଗର୍ଭରେ ଲୀନ ହେଲା ସାତଭାୟାର ଶେଷ ସନ୍ତକ । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସି ସାତଭାୟାର ମା ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିରକୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଛି । ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟାର ସାତଟି ଗାଁ ଙ୍କୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଥିଲା । ସରକାର ସାତଭାୟା ବାସୀଙ୍କୁ ଗୁପ୍ତି ବଗପାଟିଆ ଠାରେ ଥଇଥାନ କରିବା ସହିତ ସାତଭାୟାର ଆରାଧ୍ୟା ଦେବୀ ମା ପଞ୍ଚୁବରାହୀ ଙ୍କୁ ମଧ୍ୟ ନୂତନ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା । ସାତଭାୟାର ଶେଷ ସନ୍ତକ ଭାବେ ମା ଙ୍କ ପୁରୁଣା ମନ୍ଦିର ସମୁଦ୍ର କୂଳରେ ଥିଲା । ତାହା ଆଜି ସମୁଦ୍ର ର କରାଳ ଗର୍ଭରେ ଲୀନ ହୋଇଯାଇଛି ।
ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣା : ଜୁଏଲ ଓରାମଙ୍କ ଇସ୍ତଫା ଦାବି କଲା କଂଗ୍ରେସ August 30, 2026 | 1:55 PM