ମାଲକାନଗିରି( ସତ୍ୟପାଠବ୍ୟୁରୋ ): ଛତିଶଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ୩ଟି ମାଓ ଡମ୍ପ ଠାବ ହୋଇଛି। ସୁକୁମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ବେଲପେଚା ଜଙ୍ଗଲରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରିବା ବେଳେ ଠାବ ହୋଇଛି ଏହି ମାଓ ଡମ୍ପ। ଯାହା ମଧ୍ୟରେ ରହିଛି ଦୁଇଟି ଟିଫିନ ବୋମା, କୋଡେକ୍ସ ତାର, ଜିଲାଟିନ ଷ୍ଟିକ ଭଳି ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ। ସେହିଭଳି ନାରାୟଣପୁର ଜିଲ୍ଲାର ଘଞ୍ଚ ଆଦନା ଜଙ୍ଗଲରୁ ସୁରକ୍ଷାବାହିନୀ ଏକ ବଡ ମାଓ ଡମ୍ପ ଠାବ କରିଛନ୍ତି। ବିଏସଏଫ୍ ଓ ନାରାୟଣପୁର ପୋଲିସର ମିଳିତ ଅଭିଯାନରେ ଏହି ସଫଳତା ମିଳିଛି। ଡମ୍ପରୁ ୧୦ଟି ରାଇଫଲ, ୨ଟି ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର, ୧୩ଟି ଜୀବନ୍ତ ବିଜିଏଲ୍ ସେଲ୍, ୧୬ଟି ଜୀବନ୍ତ କାର୍ଟ୍ରିଜ୍, ପ୍ରାୟ ୨ କେଜିର ବିସ୍ଫୋରକ ଜବତ କରାଯାଇଛି। ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ପୁରୁଣା ଲଜିଷ୍ଟିକ୍ ନେଟୱାର୍କ, ଅସ୍ତ୍ରଭଣ୍ଡାର ଓ ବିସ୍ଫୋରକ ଠାବ କରି ନଷ୍ଟ କରିବା ଉଦ୍ଦେଶ୍ୟରେ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର କମ୍ବିଂ ଅପରେସନ୍ ଜାରି ରହିଛି।