ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆତଙ୍କବାଦୀଙ୍କ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କଲା ଉତ୍ତରପ୍ରଦେଶ ଏଟିଏସ । ତଦନ୍ତକାରୀମାନେ ପାକିସ୍ତାନଭିତ୍ତିକ ହ୍ୟାଣ୍ଡଲର ଲଏବଂ ବିଦେଶୀ ପାଣ୍ଠି ସହିତ ଥିବା ସନ୍ଦିଗ୍ଧ ଲିଙ୍କ୍ର ପର୍ଦ୍ଦାଫାସ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ମେରଠର ଜଣେ ପ୍ରମୁଖ ଅଭିଯୁକ୍ତ ସାକିବ ଓରଫ ଡେଭିଲ ମଧ୍ୟ ଅଛନ୍ତି, ଯିଏ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ସମ୍ପର୍କରେ ଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଗୋଷ୍ଠୀ ଲକ୍ଷ୍ନୌ ରେଳ ଷ୍ଟେସନ ନିକଟରେ ଥିବା ଏକ ରେଳ ସିଗନାଲ ବାକ୍ସକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା। ଅଭିଯୋଗ ଅନୁଯାୟୀ ସିଗନାଲ ସିଷ୍ଟମରେ ନିଆଁ ଲଗାଇ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି କରାଯାଇଥାନ୍ତା ଏବଂ ଏକ ବଡ଼ ଦୁର୍ଘଟଣା ଘଟାଯାଇଥାନ୍ତା।
