ମାଲକାନଗିରି, (ସତ୍ୟପାଠବ୍ୟୁରୋ):ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ଗଣଶିକ୍ଷା ବିଭାଗ। କେତେବେେଳ ପାସ୍‌ କହି ହାତରେ ସାର୍ଟିଫିକେଟ ଧରାଇ ଦେଉଛି ତ ପୁଣି େକତେବେଳେ ଫେଲ କହି ସାର୍ଟିଫିକେଟ ଫେରାଇ େଦବା ପାଇଁ କହୁଛି। ଏଭଳି ବିଚିତ୍ର ତଥା ଅଜବ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ। ଏହି ଅଞ୍ଚଳର ବଡପୋଡ଼ା ଗାଁର ସୋମନାଥ ବଡନାୟକଙ୍କ ସାନ ପୁଅ ଲିଙ୍ଗରାଜ ବଡ଼ନାୟକ ମାଟ୍ରିକ ପାସ୍‌ କରି କଲେଜରେ ଆଡମିସନ ନେଇ ଏକାଦଶ ଶ୍ରେଣୀର ଅଧା ପାଠ ପଢ଼ି ସାରିଥିଲେ। ହେେଲ ଏବେ ଶୁଣିବାକୁ ପାଉଛନ୍ତି ସେ କାଳେ ମାଟ୍ରିକ ଫେଲ ହୋଇଯାଇଛନ୍ତି। ଯାହା ତାଙ୍କୁ ମାନସିକ ଭାବେ ଅାଘାତ ଦେଇଛି। ଏ ନେଇ ଛାତ୍ରଙ୍କ ପରିବାର ଲୋକେ କହିଛନ୍ତି, ଯଦି ପୁଅ ପାସ୍‌ ହୋଇ ନଥିଲା, କିଭଳି ଭାବେ ବିଦ୍ୟାଳୟ ଅଧ୍ୟକ୍ଷ ସାର୍ଟିଫିକେଟ୍‌ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ସୂଚନାଯୋଗ୍ୟ, ଲିଙ୍ଗରାଜ ଗତ ବର୍ଷ ଏକ୍ସ ରେଗୁଲାର ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ପରୀକ୍ଷା ଦେଇଥିଲେ। ରେଜଲ୍ଟ ବାହାରିବା ପରେ ବିଦ୍ୟାଳୟ ଅଧ୍ୟକ୍ଷ ତାଙ୍କୁ ଡାକି ସ୍କୁଲ୍‌ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିଲେ । ପରେ ଛାତ୍ର ଜଣକ ବଡପୋଡ଼ା କଲେଜରେ ନାମ ଲେଖାଇ ଦେଢ ମାସ ଧରି ପାଠ୍ୟକ୍ରମ କରୁଥିବା ବେଳେ ସେ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ ହୋଇ ନଥିବା କହି ସାର୍ଟିଫିକେଟ ଫେରସ୍ତ ମାଗୁଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ।। ଏହାକୁ େନଇ କ୍ଷୋଭ ପ୍ରକାଶ କରିଛନ୍ତି ପରିବାର େଲାକେ।