ଭବାନୀପାଟଣା,(ସତ୍ୟପାଠବ୍ୟୁରୋ): ନିଜ ଜିଲ୍ଲାରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏପରିକି ଦାଦନ ଶ୍ରମିକମାନଙ୍କୁ ରୋକିବା ଲାଗି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ସୁଦ୍ଧା ଏଥିରେ ବିରାମ ଲାଗିବାର ନା ଧରୁ ନାହିଁ। ଦାଦନ ଖଟିବାକୁ ଯାଇ ବିଭିନ୍ନ ସମୟରେ କିଏ ଶବ ହୋଇ ଫେରୁଛି ତ ପୁଣି କିଏ ପଙ୍ଗୁ ହୋଇ ଘରକୁ ଫେରୁଥିବା ଦୃଶ୍ୟ ବାରମ୍ବାର ଦେଖÒବାକୁ ମିଳୁଛି। ଗତକାଲି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଦାଦନ ଖଟିବାକୁ ଯାଇ ଶବ େହାଇ ଗଁାକୁ ଫେରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ବେଳେ ଆଜି ସମାନ ଦୃଶ୍ୟ କଳାହାଣ୍ଡିରେ ଦେଖିବାକୁ ମିିଳିଛି। କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦା ଗଡ଼ ଗାଁର କରୁଣା ମାଝୀ ପରିବାର ପ୍ରତିପୋଷଣ କରିବା ପାଇଁ ଯାଇ ଶବ ହୋଇ ଗଁାକୁ ଫେରିଛନ୍ତି। ମୃତ ଶ୍ରମିକ ଜଣକ ହେଉଛନ୍ତି କନ୍ଦା ଗଡ଼ ଗ୍ରାମର କରୁଣା ମାଝୀ । ସୂଚନା ଅନୁସାରେ, କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦା ଗଡ଼ ଗାଁର କରୁଣା ମାଝୀ ତିନି ସପ୍ତାହ ତଳେ ପରିବାର ପ୍ରତିପୋଷଣ ପାଇଁ କେରଳ ରହି ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଗତ କିଛି ଦିନ ତଳେ ତାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ି ଥିଲା। ସେଠାରେ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଗଁାରେ ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା େଖଳି ଯାଇଛି। ତାଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ପୈତୃକ ଗ୍ରାମ ମୋତିଗାଁକୁ େଫରିଛି। ଯାହା ଦାଦନର ଦୁଃଖକୁ ପୁଣି ଥରେ ମନେ ପକେଇ ଦେଇଛି ।