ପାରଳାଖେମୁଣ୍ଡି,(ସତ୍ୟପାଠବ୍ୟୁରୋ ): ପାରଳାଖେମୁଣ୍ଡି ସବ୍ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ପୋଲିସ ହେପାଜତରେ ଜେଲରେ ଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗଜପତି ଜିଲ୍ଲା ରାୟଗଡ ଥାନା ଜିରାଙ୍ଗ ଗାଁର ରୁନା ବଡ଼ରଇତ । ଗତ ମାସ ୭ ତାରିଖରେ ଏକ ପୋକ୍ସୋ ମାମଲାରେ ରାୟଗଡ ପୋଲିସ ରୁନା ବଡ଼ରଇତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲରେ ଥିବା ସମୟରେ ସେପ୍ଟେମ୍ବର ୧ ତାରିଖରେ ପରିବାର ଲୋକେ ଜେଲ ପରିସରକୁ ଆସି କଥା ହୋଇଥିଲେ । ସେହି ସମୟରେ ରୁନା ବଡ଼ରଇତଙ୍କ ସ୍ବାସ୍ଥ୍ୟ ଭଲ ଥିବା ପରିବାର ଲୋକେ କହିଥିଲେ । କିନ୍ତୁ ହଠାତ୍ ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର ବର୍ଗ। ତେବେ ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ସେନେଇ ଛାନଭିନ ଆରମ୍ଭ ହୋଇଛି।
