ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅବକାରୀ ଉପ ନିରୀକ୍ଷକଙ୍କ ଦ୍ୱାରା ସରଧାପାଲିଠାରେ ଠେଲକୋଲୋଇ ପୋଲିସ ସହାୟତାରେ ୩୩୦ ବୋତଲ ୱିନସିରେକ୍ସ କଫ ସିରପ ଜବତ ହୋଇଛି l ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ସେମାନେ ହେଲେ ଶରଧାପାଲିର ପୁଷ୍ପଲତା ବେହେରା (୫୨) ଓ ମିନକେତନ ବେହେରା (୩୮)। ଏଥିସହ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି l ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
