ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡ୍ରେନ୍ ସଫା ବେଳେ ଅଘଟଣ । ଜେସିବି ମାଡ଼ରେ ଫାଟିଲା ଗ୍ୟାସ୍ ପାଇପ୍ । ଦୀର୍ଘ ୪୦ ମିନିଟ୍ ଧରି ଗ୍ୟାସ୍ ଲିକ୍ ହେବାରୁ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ଗତକାଲି ରାତିରେ ପ୍ରାୟ ୧୧ଟା ବେଳେ ଭୁବନେଶ୍ବର ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ଘଟିଛି ଏଭଳି ଅଘଟଣ । ଡ୍ରେନ୍ ସଫା କାମ ଚାଲିଥିବା ସମୟରେ ଜେସିବି ମାଡ଼ରେ ଗ୍ୟାସ୍ ପାଇପ୍ ଫାଟିଯାଇଥିବା ସୂଚନା ମିଳିଛି । ପାଇପ୍ ଫାଟିବା ପରେ ଗ୍ୟାସ୍ ଲିକ୍ ହେବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସ । ଉଭୟଙ୍କ ଉପସ୍ଥିତିରେ ପରିସ୍ଥିତିକୁ ଆୟତ୍ତ କରାଯାଇଥିଲା । ତେବେ ଡ୍ରେନ୍ ସଫା କରିବା ସମୟରେ ଏଭଳି ଅସାବଧାନତା କାହିଁକି, ତାକୁ ନେଇ ପ୍ରଶ୍ନ ଉଠିଛି ।
