(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦିନକୁ ଦିନ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କ ଅନୀଲ ଦେଶମୁଖଙ୍କ ଅଡୁଆ ବଢିବାରେ ଲାଗିଛି । ତେବେ ଅର୍ଥ ହେରଫେର ମାମଲାରେ ଅନୀଲ ଦେଶମୁଖଙ୍କ ୩ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ନାଗପୁର ସ୍ଥିତ ତିନୋଟି ସ୍ଥାନରେ ଇଡି ଚଢାଉ କରିଥିବାର ସୂଚନା ମିଳିଛି । ଅପରିପକ୍ଷରେ ଅନୀଲ ଦେଶମୁଖ ଲଗାତାର ଚତୁର୍ଥଥର ଇଡିର ସମନକୁ ପ୍ରତ୍ୟାଖାନ କରିଛନ୍ତି । ଏପରିକି ଇଡି କାର୍ଯ୍ୟାଳୟରେ ମଧ୍ୟ ଅନୀଲ ଦେଶମୁଖ ହାଜର ହୋଇନଥିଲେ ।
ଅନ୍ୟପଟେ ଅଗଷ୍ଟ ୫ ତାରିଖରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିବା ପରେ ମହାରାଷ୍ଟ୍ର ସରକାର ଦେଶମୁଖଙ୍କ ବିରୋଧରେ ମାମଲାର ତଦନ୍ତରେ ସହଯୋଗ କରୁନାହାଁନ୍ତି ବୋଲି କହିଥିଲେ । ଅନୀଲ ତାଙ୍କ ଓକିଲ ଇନ୍ଦରପାଲ ସିଂହଙ୍କ ମାଧ୍ୟମରେ ଇଡିକୁ ସେ ଦୁଇ ପୃଷ୍ଠାର ଏକ ଚିଠି ପଠାଇଥିଲେ । ଯେଉଁଥିରେ ସେ ତାଙ୍କ ପ୍ରତିନିଧିଙ୍କୁ ପଠାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ ।
ଇଡି ଏନସିପି ନେତା ତଥା ତାଙ୍କ ପୁଅ ହ୍ରିକିକେଶ ଦେଶମୁଖଙ୍କୁ ଦକ୍ଷିଣ ମୁମ୍ବାଇରେ ଥିବା ପ୍ରୋବ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ ନୂତନ ସମନ ଜାରି କରିଥିଲେ ମଧ୍ୟ ସେମାନେ ଏହାକୁ ଛାଡିଥିଲେ। ମହାରାଷ୍ଟ୍ର ପୋଲିସ ପ୍ରତିଷ୍ଠାନରେ ୧୦୦ କୋଟି ଟଙ୍କା ଲାଞ୍ଚ-କମ-ଚୋରାଚାଲାଣ ରାକେଟ ସମ୍ପର୍କରେ PMLA ଅଧୀନରେ ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲା ସଂପର୍କରେ ଏହି ସମନ ଜାରି କରାଯାଇଥିଲା । ଯାହା ପରେ ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଥିଲେ ।
