ଯୋଗୀଙ୍କୁ ଧମକ ଦେଲେ ଖାଲିସ୍ତାନ ସମର୍ଥକ ଗୁରୁପତବନ୍ତ ସିଂହ; କହିଲେ ୧୫ ଅଗଷ୍ଟରେ ଯୋଗୀ ଉଡେଇ ପାରିବେନି ଜାତୀୟ ପତକା

yogi


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖାଲିସ୍ତାନ ସମର୍ଥକ ଗୁରୁପତବନ୍ତ ସିଂହ ଧମକ ଦେଇଛନ୍ତି। ତେବେ ଆସନ୍ତା ୧୫ ଅଗଷ୍ଟରେ ଯୋଗୀଙ୍କୁ ଲକ୍ଷ୍ନୌର ବିଧାନଭବନରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦେବେ ନାହିଁ ବୋଲି ଖାଲିସ୍ତାନ ସମର୍ଥକ କହିଛନ୍ତି । ଏପରିକି ଗଣପ୍ରତିନିଧୀ ମାନଙ୍କୁ ଏନେଇ ଏକ ଅଡିଓ ମଧ୍ୟ ପଠାଯାଇଥିବାର ସୂଚନା ମିଳିଛି । ଅପରିପକ୍ଷରେ ଭାରତରେ ନିଷିଦ୍ଧ ସଂଗଠନ ଶିଖ୍ ପାଇଁ ଗୁରୁପତନ୍ତ ସିଂ ପନ୍ନୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ମିଡିଆ ବ୍ୟକ୍ତିବିଶେଷଙ୍କ ଫୋନରେ ଧମକପୂର୍ଣ୍ଣ ଅଡିଓ ପଠାଇଛନ୍ତି ।

ଯେଉଁଥିରେ କୁହାଯାଇଛି ଯେ ଅଗଷ୍ଟ ୧୫ ରେ ଲକ୍ଷ୍ନୌ ବିଧାନଭବନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପତାକା ଉତ୍ତୋଳନ କରିବାକୁ ଦିଆଯିବ ନାହିଁ । ଖଲିସ୍ତାନର ସମର୍ଥକ ତଥା ଶିଖ୍ ଫର ଜଷ୍ଟିସ୍ ଅର୍ଗାନାଇଜେସନ ର ଗୁରୁପତନ୍ତ ସିଂ ପନ୍ନୁ ଏହି ନମ୍ବର +୬୪୭୮୦୮୬୩୦୮ ରେ କଲ କରି ସାମ୍ବାଦିକମାନଙ୍କୁ ଧମକ ଦେଇଛନ୍ତି । ଏହା ପୂର୍ବରୁ ପନ୍ନୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନାଡା, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତ କୁମାରଙ୍କୁ ଧମକ ଦେଇଥିଲେ ।

Related Posts