ରାଜ୍ୟରେ ଶୀତରୁ ସାମାନ୍ୟ ଅସ୍ବସ୍ତି ମିଳିଥିବା ବେଳେ, ରାତ୍ରିର ତାପମାତ୍ରା ୫ରୁ ୧୦ ଡିଗ୍ରୀ ସେଲ୍ସିୟସ ଯାଏ ବଢ଼ିଯାଇଛି। ଫଳରେ ଆସନ୍ତା ୩ ଦିନ ଯାଏ ରାଜ୍ୟର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।
ମେଘୁଆ ପାଗ ରହୁଥିବାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ଅଞ୍ଚଳରେ ୧୫ରୁ ୨୦ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହିଛି।





