ଭୁବନେଶ୍ୱର ଧିରକୁଟ ବସ୍ତିରେ ଘଟିଛି ଏକ ଚାଞ୍ଚଲ୍ୟ କର ଘଟଣା | ଭଉଣୀର ଦୁଃଖ ଓ ଶତ୍ରୁତାକୁ କେନ୍ଦ୍ର କରି ଭାଇ ଘଟାଇଛି ଜଘନ୍ୟ କାଣ୍ଡ | ନିଜ ହାତରେ ନିଜେ ଅଛି ଦେଇଛି ଭଉଣୀର ସିନ୍ଦୁର | ଭିଣୋଇକୁ ହାଣି ହତ୍ୟାକାରୀ ପାଲଟିଯାଇଛି ଶଳା । ମୃତକ ଜଣକ ସୁଶାନ୍ତ ଘଡେଇ ବୋଲି ଜଣାପଡିଛି । କାଲି ରାତିରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନାର ଧିରକୁଟ ବସ୍ତିରେ ରହୁଥିବା ଭିଣୋଇକୁ ଖଣ୍ଡାରେ ଶଳା ହାଣିଥିଲା ।
ଫଳରେ ଘଟଣାସ୍ଥଳରେ ଭିଣୋଇର ମୃତ୍ୟୁ ହୋଇଥିଲା । ମୃତକର ନାମ ସୁଶାନ୍ତ ଘଡେଇ । ସେ ବିମାନବନ୍ଦରରେ ସୁଇପର ଭାବେ କାମ କରୁଥିଲା । ମୃତକର ପରିବାର ମଞ୍ଚେଶ୍ୱର ଥାନା ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରେ ସୁଶାନ୍ତ ଭଲ ପାଇ ବାପୁନି ନାୟକର ଭଉଣୀକୁ ବାହା ହୋଇଥିଲା । କିନ୍ତୁ ବାହାଘର ବେଳେ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ସ୍ତ୍ରୀକୁ ବି ମାରଧର କରୁଥିଲା ସୁଶାନ୍ତ । ଏହାଛଡ଼ା ଉଭୟଙ୍କ ଭିତରେ ଜମିଜମା ବିବାଦ ବି ଥିଲା । କାଲି ରାତିରେ ସେ ଶୋଇଥିବା ବେଳେ ଶଳା ବାପୁନି ନାୟକ ଧାରୁଆ ଅସ୍ତ୍ରରେ ଭିଣୋଇ ସୁଶାନ୍ତକୁ ହତ୍ୟା କରିଛି। ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ବାପୁନି ନାୟକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି ।





