ରାଜଧାନୀରେ ଚାଞ୍ଚଲ୍ୟ : ମୁର୍ମୁଷୁ ଅବସ୍ଥାରେ ନାବାଳିକା ଉଦ୍ଧାର

ରାଜଧାନୀର ରାଜରାସ୍ତାରୁ ମୁର୍ମୁଷୁ ଅବସ୍ଥାରେ ନାବାଳିକା ଉଦ୍ଧାର । ମଞ୍ଚେଶ୍ୱର ଥାନା ପେଟ୍ରୋଲ ଟାଙ୍କି କଡ଼ରୁ ନାବାଳିକା ଉଦ୍ଧାର। ନାବାଳିକାକୁ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପିସିଆର । ଗତକାଲି ବିଳମ୍ବିତ ରାତିରେ ନାବାଳିକା ଜଣଙ୍କୁ ଉଦ୍ଧାର କରିଥିଲା ପିସିଆର ଭ୍ୟାନ ।

ତେବେ ନାବାଳିକା ଜଣଙ୍କୁ କେହି ଚଳନ୍ତା କାରରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ଅସଦାଚରଣ ଓ ଦୁଷ୍କର୍ମ ହୋଇଛି କି ନାହିଁ ସେନେଇ ପୋଲିସ ନିକଟରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ | ତେବେ ବାରମ୍ବାର ରାଜଧାନୀର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ, ନାବାଳିକାର ଚେତା ଫେରିବା ପରେ ସମସ୍ତ ତଥ୍ୟ ସାମନାକୁ ଆସିବ |

Related Posts