ଦେଶରେ ବଢୁଥିବା କରୋନା ସଂକ୍ରମଣ ଓ ଓମିକ୍ରନକୁ ନେଇ ଚିନ୍ତାରେ ସରକାର | ୨୩ ରାଜ୍ୟରେ ଓମିକ୍ରନ ପ୍ରବେଶ କରିଥିବା ବେଳେ, ଦେଢ ହଜାର ଟପିଲାଣି ସଂକ୍ରମିତଙ୍କ ସଂଖ୍ୟା | ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ଆଜିଠୁ(ସୋମବାର) ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବ | ୨ ସପ୍ତାହ ଧରି ଭିଡିଓ କନଫରେନ୍ସିଂ ଜରିଆରେ ବିଚାର କରାଯିବା ନେଇ ରବିବାର ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାରରେ କୁହାଯାଇଛି ।
ବାର ସଦସ୍ୟ ଓ ମାମଲାଗୁଡିକର ପକ୍ଷମାନଙ୍କ ଅବଗତି ନିମନ୍ତେ ସୁପ୍ରିମକୋର୍ଟ ସୁର୍କୁଲାରରେ ଦର୍ଶଯାଇଛି ଯେ, ପ୍ରତ୍ୟକ୍ଷ ଶୁଣାଣି ପାଇଁ ୨୦୨୧ ଅକ୍ଟୋବର ୭ରେ ଏକ ସର୍କୁଲାର ଜାରି କରାଯାଇଥିଲା । ସେଥିରେ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର (SOP) ସମ୍ପର୍କରେ କୁହାଯାଇଥିଲା । ହେଲେ ଜାରି ହୋଇଥିଲା ସଦ୍ୟ ସର୍କୁଲାରେ ପରିବର୍ତ୍ତନ ହୋଇଛି । ଆଜିଠାରୁ ୨ ସପ୍ତାହ ଧରି ସୁପ୍ରିମକୋର୍ଟର ସବୁ ମାମଲା କେବଳ ଭର୍ଚୁଆଲ ମୋଡରେ ହେବ ।ଶୀତ ଅବକାଶ ଶେଷ ହେବା ପରେ ସୋମବାର ଶୀର୍ଷ ଅଦାଲତ ଆରମ୍ଭ ହୋଇଛି । ଭିଡଜନିତ ସଂକ୍ରମଣକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ହୋଇଛି । ଦେଶରେ ପାଖାପାଖି ୧୫ଶହରୁ ଅଧିକ ନୂଆ ଭାରିଏଣ୍ଟରେ ସଂକ୍ରମିତ ହେଲେଣି । ଦିଲ୍ଲୀ ମୁମ୍ବାଇ ଭଳି ବଡ ବଡ ସହରେ ସଂକ୍ରମଣ ଆତଙ୍କ ଖେଳାଇଲାଣି । ମହାମାରୀ ଆସିବା ପରେ ୨୦୨୦ରେ ସୁପ୍ରିମକୋର୍ଟ ଭର୍ଚୁଆଲରେ ମାମଲାର ଶୁଣାଣି କରିଥିଲେ। ଅକ୍ଟୋବର 7 ରେ ହାଇବ୍ରିଡ୍ ମୋଡ୍ କୁ ବଦଳିଥିଲା ।
