ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ବିସ୍ପୋରକ | ବିଶେଷ ଭାବରେ କଟକ ଭୁବନେଶ୍ୱରରେ ପୂର୍ବ ଅପେକ୍ଷା ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ଢେର ଅଧିକ ରହିଛି | ଫଳରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ଆହୁରି କଡା କରାଯାଇଛି | ଆଜିଠାରୁ ରାତି ୯ ରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ଏହା ସହିତ ଏସଆରସିଙ୍କ ଦ୍ୱାରା ଜାରି ଅନ୍ୟ କଟକଣା ମଧ୍ୟ ଲାଗୁ ହୋଇଛି ।
ତେବେ ପୂର୍ବରୁ କଟକଣା ସମୟରେ ଅନେକ ଲୋକ ନିୟମ ଉଲଘଂନ କରୁଥିବାର ନଜିର ରହିଥିବା ବେଳେ ଏଥର କିନ୍ତୁ କଟକଣାକୁ କଡା ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।
ଆଜି ଏନେଇ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ କନଫରେନ୍ସ କରି ଚେତାବନୀ ଦେଇଛନ୍ତି । ଟ୍ୱିନସିଟିରେ ନିୟମ ଉଲଘଂନ ହେଲେ ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ୍ କମିଶନର ।
ଏହା ସହିତ ରାଜ୍ୟବାସୀ ଯେଉଁ ଭଳି ପୂର୍ବ ଦୁଇ ଲହରକୁ ସଫଳତାର ସହ ମୁକାବିଲା କରିବାରେ ସହଯୋଗ କରିଥିଲେ ବର୍ତ୍ତମାନ ମଧ୍ୟ ତୃତୀୟ ଲହର ସମୟରେ ସେମିତି ସହଯୋଗ କରିବାକୁ ତଥା ସମସ୍ତ କରୋନା କଟକଣାକୁ ପାଳନ କରିବାକୁ ଅପିଲ କରିଛନ୍ତି ପୋଲିସ୍ କମିଶନର |





