ଆଜିଠୁ ଚିଲିକାରେ ଡଲଫିନ୍ ଗଣନା। ଚଳିତ ବର୍ଷ ଡ଼ଲଫିନ ଗଣନା ଆଜି(ରବିବାର) ଭୋର୍ 6ଟାରୁ ଆରମ୍ଭ ହୋଇଛି । ଏହି ଗଣନା ପ୍ରକ୍ରିୟାରେ ମୋଟ ୧୮ ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମ୍ରେ ୬ ଜଣ ସଦସ୍ୟ ରହିଛନ୍ତି । ସାତପଡ଼ା ରେଞ୍ଜ ପଟୁ 8ଟି ଦଳ ଏବଂ ବାଲୁଗାଁ ରେଞ୍ଜ ପଟୁ 10ଟି ଦଳ ଡ଼ଲଫିନ ଗଣିବା ଜାରି ରଖିଛନ୍ତି ।
ଆଜିଠୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭଗଣନା ପ୍ରକ୍ରିୟାରେ ସିଡିଏର କର୍ମଚାରୀ, ବନ କର୍ମଚାରୀ, ଡ଼ଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ, ପରିବେଶବିତ୍ମାନଙ୍କ ସହିତ ଜଣେ ଡଙ୍ଗା ଚାଳକ ସାମିଲ ହୋଇଛନ୍ତି । ଜିପିଏସ(GPS), ବାଇନାକୁଲାର, ରେଞ୍ଜ ଫାଇଣ୍ଡର ଦ୍ୱାରା ଗଣତି ଚାଲିଛି । ଚଳିତ ବର୍ଷ କେତେ ସଂଖ୍ୟାରେ ଡ଼ଲଫିନ ଚିଲିକାରେ ରହିଛନ୍ତି ଗଣନା ପରେ ହିଁ ଜଣାପଡିବ ।ଆଜି ଘନ କୁହୁଡିର ପରିମାଣ ମାତ୍ରାଧିକ ରହିଥିବାରୁ ଚିଲିକାରେ ଡ଼ଲଫିନ ଗଣନାରେ ସାମାନ୍ୟ ବାଧକ ସୃଷ୍ଟି ହୋଇଥିଲା । ଦିନ 11 ଟାରୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗଣନା ଚାଲିବ ବୋଲି ଜଣାପଡିଛି । ସମସ୍ତ ଗଣନାକାରୀ ଦଳ ଗଣନା ସାରି ରିପୋର୍ଟ ବିଭାଗକୁ ଦେଲାପରେ ଚୂଡାନ୍ତ ରିପୋର୍ଟ ଜଣାପଡିବ । ଚିଲିକାରେ ଇରାୱାଡି ଡ଼ଲଫିନ କେତେ ରହିଛନ୍ତି ତାକୁ ଜାଣିବା ପାଇଁ ପ୍ରତ୍ୟେକ ବର୍ଷ ଚିଲିକା ବନାଞ୍ଚଳ ଏବଂ ଚିଲିକା ଉର୍ଣ୍ଣୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଗଣତି କରାଯାଇଥାଏ ।





