ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ରପ୍ରଦେଶ ସରକାର ଏକ ଲୋକପ୍ରିୟ ନାଟକ ଉପରେ ପ୍ରତିବନ୍ଧକ ଲଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି । ତେବେ ଜାନୁଆରୀ ୧୭ ତାରିଖରେ ଏକ ଲୋକପ୍ରିୟ ନାଟକ ଚିନ୍ତାମଣି ନାଟକମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରମାଞ୍ଚଳରେ ଏହି ନାଟକଟି ବେଶ ଆଦୃତ୍ୟ ହୋଇପାରିଥିଲା । ସେପଟେ ୧୦୦ ବର୍ଷ ପୁରୁଣା ନାଟକରେ ଆର୍ୟ ବୈଶ୍ୟ ସମ୍ପ୍ରଦାୟ ଆପତ୍ତି ଉଠାଇବା ପରେ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା । ଏହି ସମ୍ପ୍ରଦାୟର ଲୋକମାନେ ୨୦୨୦ ମସିହାରୁ ଏହି ନାଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଆସୁଛନ୍ତି । ଏହି ନାଟକରେ ବୈଶ୍ୟ ସମ୍ପ୍ରଦାୟର ବ୍ୟବସାୟୀ ସବି ସେଟ୍ଟୀଙ୍କ ଚରିତ୍ରର ଚିତ୍ରଣରେ ପରିହାସ କରାଯାଉଥିଲା । ତାଙ୍କୁ ଏକ ବ୍ୟଙ୍ଗ ଚରିତ୍ର ଭାବରେ ଦର୍ଶାଯାଇଛି, ଯିଏ ନିୟମିତ ଭାବରେ ଏକ ବେଶ୍ୟାଳୟକୁ ଯାଇ ନିଜର ସମସ୍ତ ସମ୍ପତ୍ତି ହରାଇଥାଏ । ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ଆର୍ଯ୍ୟ ବୈଶ୍ୟ ସମାଜର ଲୋକମାନେ ସ୍ୱାଗତ ଜଣାଇଛନ୍ତି । ସେପଟେ ଆର୍ଯ୍ୟ-ବୈଶ୍ୟ ସମାଜର ସଭାପତି ଏମ ଦ୍ୱାରକାନାଥ ପ୍ରାୟ ଚାରିମାସ ପୂର୍ବରୁ ହିଁ ଏହା ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଆସୁଥିଲେ ।

ଏହା ପରେ ମୁଖ୍ୟମନ୍ତ୍ରୀ ଏହାକୁ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେବା ପରେ ସରକାରଙ୍କ ପଦକ୍ଷେପକୁ ସଭାପତି ସ୍ୱାଗତ କରିଛନ୍ତି । ଏହା ସହ ଆମ ସମାଜ ଅନେକ ସମୟ ଧରି ଏହି ନାଟକ ଉପରେ ଆପତ୍ତି ଉଠାଇ ଆସୁଛନ୍ତି । କିନ୍ତୁ କୌଣସି ସରକାର ଏହା ପ୍ରତି ଧ୍ୟାନ ଦେଇନାହାନ୍ତି । ହେଲେ ବର୍ତ୍ତମାନର ସରକାର ନାଟକର ସମୀକ୍ଷା କରି ସଠିକ ନିଷ୍ପତ୍ତି ନେଇଛନ୍ତି । ସେପଟେ ନାଟକର ଆପତ୍ତି ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ନାଟକ ଆମ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି। ଏହି ନାଟକରେ ଆମକୁ ଅନ୍ଧକାର, କ୍ଷୁଦ୍ର ଏବଂ ଏକ ମଜାଳିଆ ଭାଷା କହୁଥିବା ଲୋକ ଭାବରେ ଦେଖାଯାଉଛି । ୧୦୦ ବର୍ଷ ପୂର୍ବେ ଏହା ଗ୍ରହଣୀୟ ହୋଇପାରେ, କିନ୍ତୁ ଆଉ ନୁହେଁ । ଏହା ଆପତ୍ତିଜନକ ଅଟେ ବୋଲି ଆର୍ଯ୍ୟ-ବୈଶ୍ୟ ସମାଜପର ସଭାପତି ଏମ ଦ୍ୱାରକାନାଥ କହିଛନ୍ତି । ଅନ୍ୟପଟେ ୧୯୨୦ ରେ ସାମାଜିକ ସଂସ୍କାରକ କାଲାକୁରୀ ନାରାୟଣ ରାଓଙ୍କ ଦ୍ୱାରା ଲିଖିତ ଏହି ନାଟକଟି କୃଷ୍ଣଙ୍କ ପ୍ରତି ଭକ୍ତି କାରଣରୁ ମୁକ୍ତି ପାଇଥିବା ଚିନ୍ତାମଣିଙ୍କ ବିଷୟରେ ଅଟେ।

ନାଟକଟି ଏକ ସାମାଜିକ ବାର୍ତ୍ତା ସହିତ ସଂସ୍କାରମୂଳକ ଭାବରେ ଲେଖାଯାଇଥିଲା । କିନ୍ତୁ ବର୍ଷ ବର୍ଷ ଧରି ଏହାକୁ ଅଧିକ ଚିତ୍ତାକର୍ଷକ କରିବା ପାଇଁ ଅନେକ କିଛି ଏଥିରେ ଯୋଡ଼ା ଯାଇଥିଲା । ଯେପରିକି ରେକର୍ଡ ଡ୍ୟାଂସ । ପରେ ଏହା ନାଟକଟି ଅଶ୍ଳୀଳ ଭାଷାରେ ପରିଣତ ହୋଇଥିଲା । ଏପରିକି ଗ୍ରାମ ମହୋତ୍ସବରେ ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ଥିଏଟର ଗୋଷ୍ଠୀ ଅନେକ ଯୌନ ସମ୍ପର୍କ ଏବଂ ନାଟକରେ ଯୌନ ଛବି ଅନ୍ତର୍ଭୁକ୍ତ କରିଛନ୍ତି ଏବଂ ନାଟକର ପ୍ରକୃତ ଉଦ୍ଦେଶ୍ୟକୁ ଅପମାନିତ କରିଛନ୍ତି ବୋଲି ଏମ ଦ୍ୱାରକାନାଥ କହିଛନ୍ତି ।