କଟକ(ସତ୍ୟପାଠ ବ୍ୟୁରୋ): କଟକ ରେଳଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ମାଲାବାହୀ ଟ୍ରେନର ବଗି ଟ୍ରାକରୁ ଖସିପଡ଼ିଛି । ସେପଟେ କ୍ଷୟକ୍ଷତି ଆକଳନର କୌଣସି ସୂଚନା ମିଳିନାହିଁ । ତେବେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ଏପରିକି ଗୋଟିଏ ବଗି ଟ୍ରାକରୁ ତଳକୁ ଖସି ପଡ଼ିଛି । ଦୁର୍ଘଟଣା ଫଳରେ ଅନେକ ଟ୍ରେନର ସମୟକୁ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଫଳରେ ଚାରୋଟି ଟ୍ରେନ ଟ୍ରାକ ବନ୍ଦ ହୋଇଯାଇଛି ।
ଫଳରେ ଅନେକ ଟ୍ରେନ ଅଟଳି ରହିଛି । ଯେପର୍ଯ୍ୟନ୍ତ ଟ୍ରାକ ସ୍ୱାଭାବିକ ନହୋଇଛି ସେପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ । ଏହା ମଧ୍ୟରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ତେବେ ଖୁବଶୀଘ୍ର ଟ୍ରେନ ଚଳାଚଳକୁ ସ୍ୱାଭାବିକ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।
