ଆସନ୍ତା ୪ରୁ ଚାଇନାର ରାଜଧାନୀ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ

ଚାଇନାର ରାଜଧାନୀ ବେଜିଂରେ ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଶୀତକାଳୀନ ଅଲିମ୍ପିକ୍ସ । ଏନେଇ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଁଚିଛି । ହେଲେ ବେଜିଂର ଦୈନିକ କରୋନା ସଂକ୍ରମଣ ରେକର୍ଡ କରିଛି। ଜୁନ୍‌ ୨୦୨୦ ପରେ ବେଜିଂରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

ଅବଶ୍ୟ କରୋନା ସଂକ୍ରମଣ ଅଲିମ୍ପିକ୍ସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଚାଇନା କହିଛି। କାରଣ ଅଲିମ୍ପିକ୍ସର ସବୁ କ୍ରୀଡ଼ା ବାୟୋ ବବଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଚାଇନା ସରକାର ସବୁବେଳେ କରୋନା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ବୋଲି ବେଜିଂ ପକ୍ଷରୁ କୁହାଯାଇଛି।

ଚାଇନା ଲକଡାଉନ ଠାରୁ କଡ଼ା କଟକଣା ଲାଗୁ କରୁଥିବାରୁ ସେଠାକାର ବାସ୍ତବ କରୋନା ସ୍ଥିତି ବାହାର ଦେଶରେ ପହଞ୍ଚି ପାରୁନି। କିନ୍ତୁ ବର୍ତ୍ତମାନ ଚାଇନାରେ ସ୍ଥାନୀୟ ସଂକ୍ରମଣ ଉପର ମୁହାଁ ହେଉଥିବା ଗୁପ୍ତ ତଥ୍ୟ ସାମ୍ନାକୁ ଆସୁଛି। ଆଗକୁ ଅଲିମ୍ପିକ୍ସ ସହ ଲୁନାର ବର୍ଷ କାର୍ଯ୍ୟକ୍ରମ ପାଳନ କରାଯିବ।

ଲୁନାର ହେଉଛି ଚାଇନାର ସବୁଠାରୁ ବଡ଼ ଜାତୀୟ ଛୁଟି। ଏଥିପାଇଁ ବାହାରେ ରହୁଥିବା ଚାଇନିଜ ନାଗରିକ ମଧ୍ୟ ସ୍ୱଦେଶ ଫେରିବେ। ତେଣୁ କରୋନାକୁ ନିୟନ୍ତ୍ରଣ କରିବା ବେଜିଂ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Related Posts