ଚୀନରେ ପୁଣି କରୋନା ଆତଙ୍କ: ବୁଧବାର ୩୧,୪୫୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚୀନ୍ ରେ ପୁଣି ମୁଣ୍ଡ ଟେକିଲା କରୋନା । ପୁଣି ବଢିଲା ସଂକ୍ରମିତ ଙ୍କ ସଂଖ୍ୟା । ପୁଣି ସଂକ୍ରମଣ ହାର ଉପରମୁହିଁ ରହିଲା । ବାପର ଶବକୁ ପୁଅ କାନ୍ଧ ଦେଇ ପାରି ନଥିଲା କି ପୁଅର ମଲା ମୁହଁକୁ ଦେଖିପାରିବନି ମା ଏଭଳି ଏକ ଭୟଙ୍କର ଦୂରାବସ୍ଥା ଥିଲା କରୋନା ମହାମାରୀ ସମୟରେ । କିଛିଦିନର ନିରବତା ଓ ମାନବ ସଭ୍ୟତା ଟିକେ ଆଶ୍ୱସ୍ଥ ଅନୁଭବ କରିବା ପରେ ପୁଣି ସେହି ସମାନ ସ୍ଥିତି ଆସିପାରେ ବୋଲି ଅନୁମାନ କରାଯାଉଛି । ଏହାର କାରଣ ଭାବେ କୁହାଯାଉଛି କି କରୋନା ସଂକ୍ରମଣ ପ୍ରଥମେ ଚୀନରୁ ବ୍ୟାପି ସାରା ବିଶ୍ୱକୁ କବଳିତ କରିଥିଲା । ହେଲେ ଏବେ ପୁଣି ସେହି ଚୀନରୁ ଆସିଛି ଭୟଙ୍କର ଖବର । ଏଠାରେ କରୋନା ପୁଣି କରଲେଉଟାଇଲାଣି ।

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ବୁଧବାର ଦିନ ଚୀନରେ ୩୧,୪୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ସବୁଠାରୁ ଭୟାନକ ତଥ୍ୟ ହେଉଛି ବୁଧବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୨୭,୫୧୭ ଜଣଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଇନଥିଲା । ଏସବୁ ଭିତରେ ଚୀନ ପୁଣି ପୂର୍ବଭଳି ଲକଡାଉନ, ସାମୁହିକ ପରୀକ୍ଷଣ ଓ ଯାତ୍ରା ପ୍ରତିବନ୍ଧକ ଭଳି କଟକଣା ଲଗାଇବା ଆରମ୍ଭ କରିଛି ।

୧୪୦ କୋଟି ଜନସଂଖ୍ୟା ବିଶିଷ୍ଠ ରାଷ୍ଟ୍ର ଚୀନରେ ଗୋଟିଏ ଦିନରେ ୩୦ ହଜାର ସଂକ୍ରମିତ ଚିହ୍ନଟ ହେବା କିଛି ବଡକଥା ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଚୀନ ଏତେ ସତର୍କତା ଅବଲମ୍ବନ କରିବା ପରେ ଯଦି ଏତେ ପରିମାଣର ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହେଲେ ଏହା ଆଗକୁ ଉଗ୍ରରୂପ ନେଇପାରେ ବୋଲି ଆଶଂକା କରାଯାଉଛି

Related Posts