ସର୍ଦ୍ଦାର ପଟେଲଙ୍କୁ ସମ୍ମାନ ଦିଆଯାଇନଥିଲା; ତାହାଲେ ତୁମକୁ କେମିତି ଦିଆଯିବ ବୋଲି ସୁନୀଲ ଜାଖଣ୍ଡଙ୍କ ବିବୃତ୍ତି ପରେ କହିଲେ ମୀନାକ୍ଷୀ ଲେଖି

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜ୍ୟରେ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ କଂଗ୍ରେସ ନେତା ସୁନୀଲ ଜାଖଣ୍ଡ ବଡ଼ ବୟାନ ଦେଇଛନ୍ତି । ତେବେ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଦଳର ୪୨ ଜଣ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଥିଲା ବୋଲି ଦାବି କରିଛନ୍ତି । ଏହି ସମସ୍ତ ବିଧାୟକ ସୁନୀଲ ଜାଖଣ୍ଡଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ସେପଟେ ସୁନୀଲ ଜାଖଣ୍ଡଙ୍କ ଏପରି ବୟାନରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଜବାବ ଦେଇଛନ୍ତି । ତେବେ
ଏହା କିଛି ନୂଆ ନୁହେଁ । ଯେତେବେଳେ ଜବାହରଲାଲ ନେହେରୁ କଂଗ୍ରେସର ସଭାପତି ହୋଇଥିଲେ, ସମସ୍ତେ ନେହେରୁଙ୍କୁ ନୁହେଁ, ସର୍ଦ୍ଦାର ପଟେଲଙ୍କୁ ସମର୍ଥନ କରିଥିଲେ।

ଯଦି ସର୍ଦ୍ଦାର ପଟେଲଙ୍କୁ ସମ୍ମାନ ଦିଆଯାଏ ନାହିଁ ତେବେ ଆପଣ ଏହାକୁ ସୁନୀଲ ଜାଖଣ୍ଡଙ୍କ ପାଇଁ କିପରି ଆଶା କରିପାରିବେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି । ଅନ୍ୟପଟେ ସୁନୀଲ ଜାଖଣ୍ଡ କହିଛନ୍ତି ଯେ ଯେତେବେଳେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ, ସେତେବେଳେ ୭୯ ଜଣ ବିଧାୟକଙ୍କ ମଧ୍ୟରୁ ୪୨ ଜଣ ମୋତେ ସମର୍ଥନ କରିଥିଲେ। ଚରଣଜିତ ସିଂ ଚାନ୍ନିଙ୍କ ସମର୍ଥନରେ ମୋଟ ଦୁଇ ଜଣ ବିଧାୟକ ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲେ । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ସୁନୀଲ ଜାଖଣ୍ଡ କହିଛନ୍ତି ।

Related Posts