ପଂଚାୟତ ନିର୍ବାଚନରେ ହିଂସା: ପ୍ରଚାର ପୋଷ୍ଟର ଚିରାକୁ ନେଇ ବୁଲିଲା କଟୁରୀ: ଜଣେ ଗୁରୁତର

ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ଗରମ ହଉଛୁ | ଏଥି ମଧ୍ୟରେ ନିର୍ବାଚନୀ ହିଂସା ମଧ୍ୟ ବଢୁଛି | ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣଦା ଗାଁରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା | କଟୁରୀ ଚୋଟରେ ଜଣେ ଯୁବକ ଗୁରୁତର ଆହତ ହୋଇଛି | ପୋଷ୍ଟର ଚିରିବା ନେଇ ବିଜେଡି ସମର୍ଥକଙ୍କ ସହ କଂଗ୍ରେସ ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଛନ୍ତିି ।

ଗଣ୍ଡଗୋଳରେ ଉକ୍ତ ଗାଁର ବସନ୍ତ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଗତକାଲି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟର କଂଗ୍ରେସ ଏବଂ ବିଜେପି ସମର୍ଥକମାନେ ଚିରିଦେବାରୁ ପାଟିତୁଣ୍ଡ ଆରମ୍ଭ ହୋଇଥିଲା | ଯାହା ପରେ ଉଗ୍ର ରୂପ ଧାରଣ କରିଥିଲା | ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି |

Related Posts