ରାଜ୍ୟରେ ତଳମୁହାଁ କରୋନାର ଦୈନିକ ସଂକ୍ରମଣ: 388 କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଖସୁଛି କରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 388 କରୋନା ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 86 କିଶୋର କିଶୋରୀ ରହିଥିବା ବେଳେ 226 କ୍ବାରେଣ୍ଟାଇନ ସେଣ୍ଟର ଓ 162 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 53ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 13, ବାଲେଶ୍ବରରୁ 11, ବରଗଡରୁ 9, ଭଦ୍ରକରୁ 5, ବଲାଙ୍ଗୀରରୁ ୭, ବୌଦ୍ଧରୁ 3, କଟକରୁ 21, ଦେବଗଡରୁ 5, ଢେଙ୍କାନାଳରୁ 11, ଗଜପତିରୁ 30, ଗଞ୍ଜାମରୁ 7, ଜଗତସିଂହପୁରରୁ7, ଯାଜପୁରରୁ 23, ଝାରସୁଗୁଡାରୁ 13, କଳାହାଣ୍ଡିରୁ 3, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 15, କେନ୍ଦୁଝରରୁ 8, କୋରାପୁଟରୁ 12, ମାଲକାନଗିରିରୁ 3, ମୟୂରଭଞ୍ଜରୁ 20 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ନବରଙ୍ଗପୁରରୁ 8, ନୟାଗଡରୁ 13, ନୂଆପଡାରୁ 8, ପୁରୀରୁ 3, ରାୟଗଡାରୁ 20, ସମ୍ବଲପୁରରୁ 24, ସୁନ୍ଦରଗଡରୁ 16 ଓ ଷ୍ଟେଟପୁଲରୁ 13 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12, 82,869ରେ ପହଞ୍ଚିଛି ।

Related Posts