କରୋନା ମହାମାରୀର ସଙ୍କଟ ମଧ୍ୟରେ ବେଶୀ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା | କହିବାକୁ ଗଲେ ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ଯେପରି ବହ୍ୱନଗୀ ଯାଇଛି | ସେପଟେ ପରୀକ୍ଷା ବାତିଲ ଓ ହେବା ନେଇ ଆଶଙ୍କା ଲାଗି ରହିଛି |ଆଜି ମାନ୍ୟବର ସୁପ୍ରିମ୍‌କୋର୍ଟ ଦଶମ ଓ ଦ୍ବାଦଶ ଶ୍ରେଣୀର ଅଫ୍‌ଲାଇନ୍‌ ପରୀକ୍ଷା ରଦ୍ଦ କରିବାର ଆବେଦନ ଉପରେ ଶୁଣାଣି କରିବେ | ଏହି ମାମଲାରେ ଅଦାଲତ ଦ୍ବାରା ଆବେଦନକର୍ତ୍ତାକୁ ସିବିଏସଇକୁ ଆବେଦନର କପି ଦେବାକୁ କହିଛନ୍ତି। ବିଚାରପତି ଏଏମ୍‌ ଖାନଭିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। କୋର୍ଟରେ ଅଭିଯୋଗ ହୋଇଥିବା ଆବେଦନରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ବୋର୍ଡ, ସିବିଏସ୍‌ଇ ଓ ଆଇସିଏସଇର ଅଫ୍‌ଲାଇନ୍‌ ପରୀକ୍ଷା ଗୁଡ଼ିକ ରଦ୍ଦ କରିବାକୁ ଦାବି ହୋଇଛି |

ଆଇନଜୀବୀ ତଥା ଶିଶୁ ଅଧିକାର କର୍ମକର୍ତ୍ତା ଅନୁଭା ଶ୍ରୀବାସ୍ତବ ସହାୟ ୧୦ମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଆୟୋଜିତ କରିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅଦାଲତ ଆବେଦନକାରୀଙ୍କୁ କହିଥିଲେ ଯେ, ନିଜର ଅଭିଯୋଗର କପି ସିବିଏସଇକୁ ମଧ୍ୟ ଦିଅନ୍ତୁ। ତେବେ ସୁ୍ପ୍ରିମକୋର୍ଟ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବେ |