ପୁଣି ଭିଜିଲାନସ ପଞ୍ଝାରେ ଛନ୍ଦି ହେଲେ ଆଉ ଜଣେ ଅଧିକାରୀ |ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘରେ ଚଢାଉ ହୋଇଛି । ଅଧିକାରୀ ଜଣଙ୍କ ହେଲେ ଟାଟା ପାୱାର ପରିଚାଳକ ସନ୍ତୋଷ କୁମାର ଦରଜି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବୁର୍ଲା ଓ ବରଗଡ଼ର ମୋଟ 3ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।
ଭିଜିଲାନ୍ସର ଜଣେ DSP, 6 ଜଣ ଇନ୍ସପେକ୍ଟର,2 ଜଣ ASIଙ୍କ ସହ ଅନ୍ୟ ଷ୍ଟାପ ଏହି ଚଢ଼ାଉ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା 6 ଲକ୍ଷ 28 ହଜାର ଟଙ୍କା ଜବତ ହୋଇଛି । ସମ୍ବଲପୁରର ପଧାନପଡା, ବରଗଡ଼ ଅତାବିରା ସ୍ଥିତ ସନ୍ତୋଷଙ୍କ ନିଜ ଘର ଓ ବୁର୍ଲାର କର୍ପୋରେଟ ଅଫିସରେ ଚଢ଼ାଉ ଜାରି ରହିଛି ।
ସମ୍ବଲପୁର ସ୍ପଶାଲ ଜଜ୍ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢାଉ କରାଯାଇଛି । ଖବର ମୁତାବକ ସମ୍ବଲପୁର ପ୍ରଧାନପାଟସ୍ଥିତ ଘର, ବୁର୍ଲାସ୍ଥିତ ଅଫିସ, ବରଗଡ ଅତାବିରାସ୍ଥିତ ପୈତୃକ ଘରେ ଚଢାଉ କରାଯାଉଛି ।





