ପୌର ନିର୍ବାଚନ ପାଇଁ ଆରମ୍ଭ ଓ ପ୍ରଚାର ଜୋର ଧରିଥିବା ବେଳେ, ଦଳୀୟ ମନ୍ତ୍ରୀ ମାନେ ବିଭିନ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ମାଗୁଛନ୍ତି | ତେବେ ଏହାରି ମଧ୍ୟରେ ଫୁଲବାଣୀରେ ଦଳୀୟ ପ୍ରାଥୀଙ୍କ ପାଇଁ ପ୍ରଚାର କରିବାକୁ ଆସି ମନ୍ତ୍ରୀ ପ୍ରତାପ ଜେନା ହଟହଟା ହୋଇଛନ୍ତି | ସେ ପୁଣି ନିଜ ଦଳୀୟ କର୍ମୀଂକ ଦ୍ୱାରା |
ସୂଚନା ଅନୁଯାୟୀ, ଗତକାଲି ନିର୍ବାଚନ ପ୍ରଚାର ସଭାରେ କେତେକ ବିଜେଡି କର୍ମୀ ତାଙ୍କୁ ବିରୋଧ କରିଥିଲେ। ଫୁଲବାଣୀ ପୌର ପରିଷଦର ୮ ନମ୍ବର ୱାର୍ଡରେ ବିଜେଡିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥିନୀ ଏବଂ କାଉନସିଲର ପ୍ରାଥୀ ରାଜେନ୍ଦ୍ର ପାଢ଼ୀଙ୍କ ପାଇଁ ଭୋଟ ପ୍ରଚାର ମାଗିବାକୁ ଯାଇ ହଟହଟା ହୋଇଛନ୍ତି ମନ୍ତ୍ରୀ।
ୱାର୍ଡରେ ଡ୍ରେନେଜଠାରୁ ଆରମ୍ଭ କରି ପାନୀୟଜଳର ସମସ୍ୟା ୧୦ ବର୍ଷ ଧରି ରହିଥିଲେ ସୁଦ୍ଧା ପୂର୍ବତନ ବିଜେଡି କାଉନସିଲର ଓ ଚେୟାରମ୍ୟାନମାନେ କିଛି କାର୍ଯ୍ୟ କରି ନଥିଲେ ବୋଲି ଅଭିଯୋଗ କରି ୱାର୍ଡର ମହିଳାମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭାଷଣ ଆରମ୍ଭ ହଉ ହଉ ହୋହାଲ୍ଲା କରିବା ସହିତ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀଙ୍କୁ ଭୋଟ ଦେବୁନାହିଁ ବୋଲି କହିଥିଲେ।
ତେବେ ଏହି ଘଟଣା ପରେ ଦଳରେ ଦଳୀୟ କନ୍ଦଳ ଥିବା କଥା ସାମ୍ଙ୍କୁ ଆସିଥିଲା |
