ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ସରକାରଙ୍କ ଭେଟି: ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ

ଆଜି ଉତ୍କଳ ଦିବସ | ଏହି ଅବସରରେ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର । ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ ।

ହିତାଧିକାରୀଙ୍କୁ ସେପ୍ଟେମ୍ବର ଯାଏ ୫ କିଲୋ ଅତିରିକ୍ତ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲରୁ ସେପ୍ଟେମ୍ୱର ଯାଏଁ ମିଳିବ ଏହି ଚାଉଳ । ଏହା ଫଳରେ ଉପକୃତ ହେବେ ରାଜ୍ୟର ୮.୦୯ ଲକ୍ଷ ପରିବାର । ଏ ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।

ଆଜି ‘ଉତ୍କଳ ଦିବସ’ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଅଭିନନ୍ଦ ଜଣାଇଛନ୍ତି।

ଟୁଇଟ୍‌ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି: ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ। ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ମନ୍ଦିର ଏବଂ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ରାଜ୍ୟ ଓଡ଼ିଶା ବିଶ୍ବକୁ ହିଂସା ବିବର୍ଜିତ ଶାନ୍ତି ଓ ପ୍ରୀତିର ବାର୍ତ୍ତା ଦେଇଛି। ଓଡ଼ିଶାର ପ୍ରଗତି ନିମନ୍ତେ ମୋର ଆନ୍ତରିକ ଶୁଭକାମନା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ୍‌ର୍‌ରେ ଲେଖିଛନ୍ତି: ଉତ୍କଳର ଦିବସର ବିଶେଷ ଅବସରରେ ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା। ଭାରତର ପ୍ରଗତିରେ ଓଡ଼ିଶାବାସୀଙ୍କର ଅବଦାନ ଉଲ୍ଲେଖନୀୟ ଏବଂ ଓଡ଼ିଶାର ସଂସ୍କୃତି ବିଶ୍ବବ୍ୟାପୀ ପ୍ରଶଂସିତ। ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ ମୁଁ ପ୍ରାର୍ଥନା କରୁଛି।

Related Posts