ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତଥର ବିଧାନସଭା ନିର୍ବାଚନରେ ଆପ କଂଗ୍ରେସରେ ବାଜି ମାରିବା ପରେ ସାରା ଦେଶରେ ଆପର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ସେପଟେ ଆପ ମଧ୍ୟ ନିଜ ଦଳକୁ ଜାତୀୟ ଦଳ କରିବାରେ ଚେଷ୍ଟାରେ ରହିଛି । ଏହା ମଧ୍ୟରେ କର୍ଣ୍ଣାଟକର ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ବାଙ୍ଗାଲୋର ବାସିନ୍ଦା ବି ଭାସ୍କରକ ରାଓ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଏହି ସମୟରେ ଦଳର କର୍ଣ୍ଣାଟକ ସଂଯୋଜକ ପ୍ରୀତି ରେଡ୍ଡୀ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଦିଲ୍ଲୀର ତିମରପୁର ବିଧାୟକ ଦିଲୀପ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ପୂର୍ବତନ ଆଇପିଏସରେ ଯୋଗଦେବା ପରେ ମନୀଷ ସିସୋଡିଆ କହିଛନ୍ତି, ଦିଲ୍ଲୀ ଏବଂ ପଞ୍ଜାବରେ ଆପଣଙ୍କ କାମ ଦେଖିବା ପରେ ଦେଶରେ ନୂତନ ଶକ୍ତି ଜାଗ୍ରତ ହୋଇଛି।

ପଞ୍ଜାବର ବିଜୟ ପରେ ଅରବିନ୍ଦ କେଜ୍ରିୱାଲଙ୍କ ଆହ୍ୱାନରେ କର୍ଣ୍ଣାଟକର ଲୋକ କମିଶନର ଆଇପିଏସ୍ ଭାସ୍କର ରାଓ ପୋଲିସର ଚାକିରି ଛାଡି ଆପରେ ଯୋଗ ଦେଇଛନ୍ତି। ଅନ୍ୟପଟେ ଆଇପିଏସ୍ ଭାସ୍କର ରାଓ କହିଛନ୍ତି ଯେ ମୁଁ ୩୨ ବର୍ଷ ପୋଲିସ୍ ଭାବରେ କାର୍ୟ୍ୟ କରିଥିଲି ଏବଂ ସେନାରେ ଅଧ୍ୟାପକ ଭାବରେ ମଧ୍ୟ କାର୍ୟ୍ୟ କରିଥିଲି। ମୁଁ ସମସ୍ତ ଦଳ ଏବଂ ସେମାନଙ୍କର ରାଜନୀତିକୁ ଭିତରୁ ଦେଖିଛି ଏବଂ ମୁଁ ନିଶ୍ଚିତ ଯେ ଭାରତକୁ କେଜ୍ରିୱାଲ ମଡେଲ ଦରକାର ଜ୍ଝ ଯେଉଁ ଦିନ ମୁଁ ଦିଲ୍ଲୀର ସ୍କୁଲ ଏବଂ ମୋହଲା କ୍ଲିନିକ ପରିଦର୍ଶନ କରିଥିଲି, ମୁଁ ଆପରେ ଯୋଗଦେବାକୁ ସ୍ଥିର କଲି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।