ନୂଆଦିଲ୍ଲୀ: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ଆକ୍ରମଣରେ ୟୁକ୍ରେନ କ୍ଷତବିକ୍ଷତ ହୋଇପଡିଥିବା ବେଳେ, ରୁଷ ସେନା ସହିତ ମୁକାବିଲା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଯୁଦ୍ଧ-ବିକ୍ଷତ ୟୁକ୍ରେନ୍କୁ ‘ସୁସାଇଡ୍ ଡ୍ରୋନ୍’ ବା ‘କାମିକାଜେ ଡ୍ରୋନ୍’ ପଠାଇଛି | ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସରକାରୀ ଅଧିକାରୀ କହିଛନ୍ତି।
ବୁଧବାର ଦିନ ରୁଷୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଗୁରୁତ୍ବପୂର୍ଣ୍ଣ ସାମରିକ ସହାୟତା ଭାବେ ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍କୁ ୧୦୦ଟି ‘ସୁଇଚ୍ବ୍ଲେଡ୍’ ଡ୍ରୋନ୍ ପଠାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି। ଏ ପ୍ରକାର ଡ୍ରୋନ୍କୁ ‘କାମିକାଜେ ଡ୍ରୋନ୍’ ଅଥବା ‘ସୁସାଇଡ୍ ଡ୍ରୋନ୍’ କୁହାଯାଏ।
କେଉଁ ଧରଣର ‘ସୁଇଚ୍ବ୍ଲେଡ୍ ଡ୍ରୋନ୍’ ବୋଲି ନ ଦର୍ଶାଇ ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବି କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକା କମାଣ ଓ ଯୁଦ୍ଧଯାନ ସବୁକୁ ଧ୍ବଂସ କରିବା ଲାଗି ନିର୍ମିତ ଡ୍ରୋନ୍ ପଠାଇପାରେ।
‘କାମିକାଜେ ଡ୍ରୋନ୍’ର ବ୍ୟବହାର:
ଏହି ଡ୍ରୋନ୍ କୁ ଥରେ ମାତ୍ର ବ୍ୟବହାର କରି ହେବ | ଏହା ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳକୁ ଗତିକରି ସେଠାରେ ବିସ୍ଫୋରଣ ଘଟାଇଥାଏ । ଏହାର ବ୍ୟବହାର ଅପେକ୍ଷାକୃତ ସହଜ ଏବଂ ରୁଷୀୟ ସ୍ଥଳ ସେନାଙ୍କୁ ଆକ୍ରମଣ କରିବା ପାଇଁ ଖୁବ୍ ଫଳପ୍ରଦ। ୪୦ କିଲୋମିଟର୍ ଦୂରତ୍ବରେ ଥିବା ଲକ୍ଷ୍ୟ ଭେଦ କରୁଥିବା ଏହି ଡ୍ରୋନ୍ ଟ୍ରକ୍, ଟ୍ୟାଙ୍କ୍, ଯୁଦ୍ଧଯାନ ଭଳି ଗାଡ଼ି ଉପରେ ଆକ୍ରମଣ କରିପାରିବ। ଏହାର ନିର୍ମାତା ହେଉଛି, ‘ଏରୋଭାରୋନ୍ମେଣ୍ଟ୍’।
‘ସିଏନ୍ଏନ୍’ ରିପୋର୍ଟ ଅନୁସାରେ, ୨.୭ କିଲୋ ଓଜନବିଶିଷ୍ଟ ଏହି ଡ୍ରୋନ୍ଟିକୁ ପିଠିରେ ପକାଯାଉଥିବା ବ୍ୟାଗ୍ରେ ଭରି ନେଇ ହେବ। ଏହି ଡ୍ରୋନ୍ରେ କ୍ୟାମେରା, ଗାଇଡାନ୍ସ୍ ସିଷ୍ଟମ୍ ଏବଂ ବିସ୍ଫୋରକ ରହିଛି। ଏହାକୁ ‘ରୋବୋଟିକ୍ ସ୍ମାର୍ଟ ବମ୍’ ମଧ୍ୟ କହିହେବ। ତେବେ ଏହି ଡ୍ରୋନ୍ ୟୁକ୍ରେନ କୁ ରୁଡ଼ି ବିରୋଧରେ ଲଢେଇ କରିବା ପାଇଁ ସାହାଯ୍ୟ କରିବ |
