ଟ୍ରମ୍ପ ଟାରିଫ୍‌ Vs ମୋଦିନୋମିକ୍ସ, ଆମେରିକାକୁ ଝଟ୍‌କା ଦେବ ଭାରତ

ଆମେରିକାର ଟ୍ରମ୍ପ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଟ୍ରେଡ୍‌ ୱାର୍‌ର ଜବାବ୍‌ ଦେବାକୁ ପ୍ରସ୍ତୁତି କରିନେଇଛି ଭାରତ । ଆମେରିକା ସରକାରଙ୍କ ଦ୍ବାରା ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଉତ୍ପାଦ ଉପରେ ଲଗାଯାଇଥିବା ଅତିରିକ୍ତ ଆମଦାନୀ ଶୁଳ୍କ ବିରୋଧରେ ଭାରତ ବାଦାମ, ସେଓ ଏବଂ ଡାଲି ଭଳି କୃଷି ଉତ୍ପାଦ ଉପରେ ଇମ୍ପୋର୍ଟ ଡ୍ୟୁଟି ବା ଆମଦାନୀ ଶୁଳ୍କ ବୃଦ୍ଧି କରିବ ।

ଇମ୍ପୋର୍ଟ ଡ୍ୟୁଟିକୁ ନେଇ ସାରା ବିଶ୍ବରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଟ୍ରେଡ୍‌ ୱାର୍‌ରେ ଏବେ ଦଖଲ ଦେବାକୁ ପ୍ରସ୍ତୁତି କରିଛି ଭାରତ । ଏହାର ଆରମ୍ଭ ଆମେରିକୀୟ କୃଷି ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବଢ଼ାଇବାରୁ ହୋଇପାରେ । ଆସନ୍ତା ଜାନୁୟାରୀ 31ରୁ ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବଢ଼ାଇପାରେ ।

ଏହି ଉତ୍ପାଦ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଆମେରିକୀୟ ସେଓ, ବାଦାମ, ଅଖରୋଟ, ଡାଲି ଆଦି ରହିଛି । 6 ମାସ ହେଲା ଏହି ଆମଦାନୀ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ଟାଳି ଆସିଛନ୍ତି ମୋଦି ସରକାର । ଆମେରିକା କିନ୍ତୁ ଷ୍ଟିଲ୍‌ ଓ ଆଲୁମିନିୟମ୍‌ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଲଗାଇଛି ।

2016ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ କହିଥିଲେ ଯେ ଆମେରିକାର ପ୍ରଥମ ନୀତି ଅନୁସାରେ ସେ ଦେଶର ବ୍ୟବସାୟ କ୍ଷତିକୁ କମ୍‌ କରିବେ । ଟ୍ରମ୍ପ ନିଜ ଦେଶର ବ୍ୟବସାୟ ହିତ ସାଧନ କରିବାକୁ ବି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରକ୍ରିୟାରେ ସେ ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବଢ଼ାଇ ଦେଇଥିଲା ।

ତାର ଜବାବ୍‌ରେ ଚୀନ୍‌, କାନାଡ଼ା, ୟୁରୋପୀୟ ୟୁନିୟନ, ସାଉଦି ଆରବ ଓ ତୁର୍କୀ ବି ଆମେରିକାର 800 ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଲଗାଇଥିଲେ । ଏବେ ଭାରତ ବି ଆମଦାନୀ ଶୁଳ୍କ ଲଗାଇ ଏହି ଟ୍ରେଡ୍‌ ୱାର୍‌ରେ ପାଲଟା କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରିଛି ।

ଭାରତ ଆମଦାନୀ ଶୁଳ୍କ ବଢ଼ାଇଲେ ଆମେରିକାର 90 କୋଟି ଡଲାରର କ୍ଷତି ହେବ । ଏହା ପୂର୍ବରୁ ଆମେରିକା ଓ ଚୀନ୍‌ ଭିତରେ ଟ୍ରେଡ୍‌ ୱାର୍‌ର ପ୍ରଭାବ ୟୁରୋପ ଓ ଏସୀୟ ଦେଶର ଅର୍ଥବ୍ୟବସ୍ଥା ଉପରେ ଦେଖାଯାଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁସାରେ 2019ରେ ବିଶ୍ବ ଅର୍ଥବ୍ୟବସ୍ଥା ହାର 3.7{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} ରହିବ । ଏଥିସହ ଏକ ଆକଳନ ଅନୁସାରେ ଭାରତ ଓ ଆମେରିକା ଉଭୟ ଦେଶର ବିକାଶ ହାରରେ .3 ପ୍ରତିଶତ ଯାଏଁ ହ୍ରାସ ହୋଇପାରେ ।

Related Posts