ମନ୍ତ୍ରୀମଣ୍ଡଳ ପରେ ବଦଳିବେ ନିଗମ ଅଧ୍ୟକ୍ଷ ଏବଂ ଉପଦେଷ୍ଟା; ପଦ ହରାଇଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ସବୁ ନିଗମର ଅଧ୍ୟକ୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀମଣ୍ଡଳ ପରେ ବଦଳିବେ ନିଗମ ଅଧ୍ୟକ୍ଷ ଏବଂ ଉପଦେଷ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ଟି ବିଭାଗର ଉପଦେଷ୍ଟା ପଦକୁ ରଦ୍ଦ କରିଛନ୍ତି । ସେପଟେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ରାଜ୍ୟର ସବୁ ନିଗମର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କଠାରୁ ଦାୟିତ୍ୱ ପ୍ରତ୍ୟାହାର କରିନିଆଯାଇଛି । ଏହିସବୁ ବିଭାଗ ହେଲେ ଆଗ୍ରୋ ଓଡିଶାର ଚେୟାରମ୍ୟାନ, ଓଡିଶା ଷ୍ଟେଟ ସିଡସ କୋର୍ପୋରେସନ, ଆପିକଲ ଚେୟାରମ୍ୟାନ, ଓଟିଡିସି, ଉଠା ଜଳସେଚନ, ଚଳଚିତ୍ର ନିଗମ, ହାଉସିଂ ବୋର୍ଡ, ଚିଲିକା ଡେଭଲପମେଂଟ ଅଥରିଟି ଭଳି ବିଭାଗର ଅଧ୍ୟକ୍ଷ ପଦ ରହିଛି । ଆଜିଠାରୁ ଏମାନେ ଆଉ ନିଜ ପଦବୀରେ କାମ କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ଅନ୍ୟପଟେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦେବାଶୀଷ ମହାନ୍ତି, ଈଶ୍ୱର ପାଣିଗ୍ରାହୀ, ପ୍ରଭାତଆଦିତ୍ୟ ମିଶ୍ର, ଅସିତ ପଟ୍ଟନାୟକ, ଅମରେନ୍ଦ୍ର ଦାସ, ମୀନକେତନ ଅମାତ୍ , ଚିନ୍ମୟ ସାହୁ, ଶ୍ରୀମୟୀ ମିଶ୍ର, ଅମରେଶ ପତ୍ରୀ, ସତ୍ୟବ୍ରତ ତ୍ରିପାଠୀ, ବିଜୟ ନାୟକ, ପ୍ରିୟଦର୍ଶୀ ମିଶ୍ର, ସଂଗ୍ରାମ କେଶରୀ ପାଇକରାୟ, ଅନୁଭବ ପଟ୍ଟନାୟକ, କୃତ୍ତିବାସ ପାତ୍ର, ଉତ୍କଳ କେଶରୀ ପରିଡ଼ା, ଦେବାଶୀଷ ମଲ୍ଲିକ, ଜନ୍ମେଜୟ ଲେଙ୍କା, ରାମଚନ୍ଦ୍ର ପଣ୍ଡା, ଲୋପାମୁଦ୍ରା ବକ୍ସିପାତ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ସୁଧୀର ଦାସ ସାମିଲ ଅଛନ୍ତି । ଏହି ନେତାମାନଙ୍କୁ ୨୦୧୯ ଅଗଷ୍ଟ ମାସରେ ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ ସମେତ ବିଭାଗର ପରାମର୍ଶଦାତା ପଦବୀରେ ଅବସ୍ଥାପିତ କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts