ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ଭିଡିଓ କ୍ଲିପ ଏବଂ ଫଟୋ ସେୟାର କଲେ ବିଜେପି ବିଧାୟକ

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା । କାର୍‌ ଭିତରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଜଣେ ବିଧାୟକଂକ ପୁଅ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଏହି ଗଣଦୁଷ୍କର୍ମ ମାମଲା ସହ ଜଡିତ ଏକ ଭିଡିଓ କ୍ଲିପ ଏବଂ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ମଧ୍ୟ ଘଟଣାସ୍ଥଳରେ ନଜର ଆସିଛନ୍ତି।

ଏହି ଭିଡିଓ କ୍ଲିପ ଏବଂ ଫଟୋଗୁଡିକୁ ବିଜେପି ବିଧାୟକଙ୍କ ଦ୍ୱାରା ଶେୟାର କରାଯାଇଛି ଏବଂ ଘଟଣା ସମୟରେ ଏଆଇଏମଆଇଏମ ବିଧାୟକଙ୍କ ପୁଅ ଉପସ୍ଥିତ ଥିବା କୁହାଯାଉଛି। ନାବାଳିକାଙ୍କୁ ଗଣଦୁଷ୍କର୍ମରେ ବିଧାୟକଙ୍କ ପୁଅ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ବିଜେପି ନେତା ଦାବି କରିଛନ୍ତି। ସେପଟେ ପୁଲିସ ଅପରାଧ ସମୟରେ ବିଧାୟକଙ୍କ ପୁଅ ଉପସ୍ଥିତ ନଥିବା କହିଛି।

ଜାରି ହୋଇଥିବା ଭିଡିଓ କ୍ଲିପ୍ ଏବଂ ଫଟୋରେ କିଛି ଯୁବକ AIMIM ବିଧାୟକଙ୍କ ପୁଅ ନଜର ଆସିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ଉପସ୍ଥିତିରେ ସେ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିବା ବୋଲି କୁହାଯାଉଛି। ସେପଟେ ଏହି ମାମଲରେ ପୁଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୋଇଥିବାବେଳେ ବିଜେପି ବିଧାୟକ ରଘୁନନ୍ଦନ ରାଓ ପୁଲିସ କାହିଁକି ବିଧାୟକଙ୍କ ପୁଅକୁ ଅଭିଯୁକ୍ତ ବୋଲି କହିନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ଯେ ‘ପୁଲିସ ସ୍ୱୀକାର କରିଛି ଯେ ଝିଅଟି ନାବାଳିକା ଏବଂ ତାକୁ ଗଣଦୁଷ୍କର୍ମ କରାଯାଇଛି। ତେବେ କାର୍‌ ଭିତରେ ନାବାଳିକା ସହ କିଏ ଗଣଦୁଷ୍କର୍ମ କରିଛି। ଏଥିରେ ବିଧାୟକଙ୍କ ପୁଅ ସାମିଲ ଅଛି ନା ନାହିଁ। କାର୍‌ ଭିତରେ ଥିବା ଲୋକଙ୍କ ବିରୋଧରେ ପୋକ୍ସ ଆକ୍ଟ ଜରିଆରେ ମାମଲା କାହିଁକି ରୁଜୁ କରାଯାଇନାହିଁ। ବିଧାୟକଙ୍କ ପୁଅକୁ କାହିଁକି ଛାଡିଦିଆ ଗଲା?’

Related Posts