ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏହା ମଧ୍ୟରେ ବିଦାୟୀ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ଜଗତସିଂହପୁର ଜିଲ୍ଲାରୁ କାହାକୁ ମନ୍ତ୍ରୀ ପଦ ମିଳିଥିଲେ ଭଲ ହୋଇଥାନ୍ତା । ଶିକ୍ଷାରେ ଜଗତସିଂହପୁର ଜିଲ୍ଲା ଆଗରେ ରହିଛି । ଜଣଙ୍କୁ କାହାକୁ ମନ୍ତ୍ରୀ ଦେଇଥିଲେ ଭଲ ହୋଇଥାନ୍ତା । ସେଥିପାଇଁ ଟିକେ ଅବଶୋଷ ରହିଗଲା ।
ଆଗକୁ ସଙ୍ଗଠନ ସହ କାମ କରିବି ବୋଲି କହିଛନ୍ତି । ସେପଟେ ଗତକାଲି ନୂଆ ମନ୍ତ୍ରୀ ଶପଥ ନେଲେ, ଆଜି ନବୀନ ନିବାସରେ ବିଦାୟୀ ମନ୍ତ୍ରୀ ପହଞ୍ଚିଲେ । ଯାହା କିଛି ସମୟ ପାଇଁ ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଥିଲା । କିନ୍ତୁ ନବୀନ ନିବାସରୁ ବିଦାୟୀ ମନ୍ତ୍ରୀ ବାହାରିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ବାସ୍ତବରେ ବିଦାୟୀ ମନ୍ତ୍ରୀ ମାନେ ନବୀନ ନିବାସରୁ ଡାକରା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ।
