ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭି ପାଇଁ ବୃଦ୍ଧି ପାଇଛି: ସଦଗୁରୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭି ପାଇଁ ବୃଦ୍ଧି ପାଇଛି । ତେବେ ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ଯୋଗୀ ବାସୁଦେବ କହିଛନ୍ତି ଯେ ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭିରେ ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶର କୌଣସି ସ୍ଥାନରେ ବଡ଼ ଧରଣର ଦଙ୍ଗା ହୋଇନାହିଁ । ଟେଲିଭିଜନ୍ ଷ୍ଟୁଡିଓରେ ବିତର୍କରେ ବହୁତ କିଛି ଖବର ଅତିରଞ୍ଜିତ କରାଯାଉଛି । ଆଉ ଏହା ବହୁଳ ଭାବରେ ପ୍ରଚାରିତ ହୋଇଥାଏ । ଯେଉଁଥିପାଇଁ ଦେଶରେ ଧାର୍ମିକ ଅସହିଷ୍ଣୁତା ବୃଦ୍ଧି ପାଉଛି ।

ସେପଟେ ବିଗତ ୧୦ ବର୍ଷ ମଧ୍ୟରେ ଦେଶରେ କୌଣସି ସାମ୍ପ୍ରଦାୟିକ ହିଂସା ଘଟଣା ହୋଇନାହିଁ ବୋଲି ସଦଗୁରୁ କହିଛନ୍ତି । ତାଙ୍କ କଲେଜ ଦିନକୁ ମନେ ପକାଇ ଆଧ୍ୟାତ୍ମିକ ନେତା କହିଛନ୍ତି ଯେ ଦେଶରେ ଅନେକ ବଡ଼ ଦଙ୍ଗା ହୋଇଛି, ଗତ ୧୦ ବର୍ଷ ତୁଳନାରେ ଦେଶରେ କୌଣସି ବଡ଼ ଦଙ୍ଗା ହୋଇ ନାହିଁ ବୋଲି ସଦଗୁରୁ କହିଛନ୍ତି । ଅନ୍ୟପଟେ ମାଟି ବଞ୍ଚାଓ ଅଭିଯାନରେ ମୋଟରସାଇକେଲରେ ୩୦ ହଜାର କିଲୋମିଟର ଯାତ୍ରା କରିବା ପରେ ସଦଗୁରୁ ଭାରତ ଫେରିଛନ୍ତି ।

Related Posts