ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବିବୃତି ପାଇଁ କାତାର ପକ୍ଷରୁ କ୍ଷମା ମାଗିବା ଦାବୀ ବିଲକୁଲ ଗୁରୁତ୍ୱପୂର୍ଣ୍ଣ ନୁହଁ: କେରଳ ରାଜ୍ୟପାଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନୁପୁର ଶର୍ମା ଦଳରୁ ନିଲମ୍ବିତ ହୋଇଛନ୍ତି । ସେପଟେ ଏହି ପ୍ରସଙ୍ଗକୁ କତାର ଦେଶ ବାରମ୍ବାର ଉଠାଇ ବିଜେପି ମୁଖପାତ୍ରଙ୍କ କ୍ଷମା ମାଗିବାକୁ ଦାବି କରିଛି । ଯାହାକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି । ଏହା ମଧ୍ୟରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ନିଲମ୍ବିତ ବିଜେପି ନେତାମାନଙ୍କୁ କତାର କ୍ଷମା ମାଗିବାକୁ ଦାବି କରୁଛି । ହେଲେ କ୍ଷମା ମାଗିବା ଦାବି ବିଲକୁଲ ଗୁରୁତ୍ୱପୂର୍ଣ୍ଣ ନୁହଁ ବୋଲି କେରଳ ରାଜ୍ୟପାଳ କହିଛନ୍ତି । ଏହା ସହ ଏପରି କିଛି ଦେଶ ଅଛନ୍ତି ଯେଉଁମାନେ କାଶ୍ମୀର ଉପରେ ଅନେକ ବର୍ଷ ଧରି ଭାରତ ବିରୁଦ୍ଧରେ କଥା କହିଛନ୍ତି । ଲୋକମାନେ ସେମାନଙ୍କର ମତାମତ ପାଇବାକୁ ହକଦାର । ହେଲେ କ୍ଷମା ମାଗିବାର ଚାହିଦା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଭାରତ ଏଭଳି ଛୋଟ ପ୍ରତିକ୍ରିୟାରେ ବ୍ୟସ୍ତ ହୋଇପାରିବ ନାହିଁ ବୋଲି କତାର ରାଜ୍ୟପାଳ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଭାରତ ନିଜ ପରମ୍ପରାକୁ ସୁରକ୍ଷା ଦେବା ପାଇଁ ସତର୍କ ରହିବାକୁ ପଡିବ। ଆମର ପରମ୍ପରା ସହନଶୀଳତା ନୁହେଁ, ବରଂ ସମସ୍ତ ପରମ୍ପରାକୁ ସମ୍ମାନ ଏବଂ ଗ୍ରହଣ କରିବା।

ଆମେ ସମସ୍ତ ପରମ୍ପରାକୁ ସମ୍ମାନ ଏବଂ ଗ୍ରହଣ କରୁ। ଭାରତର ସଂସ୍କୃତି କାହାକୁ ଅନ୍ୟମାନଙ୍କ ପରି ବିବେଚନା କରେ ନାହିଁ। ପ୍ରଧାନମନ୍ତ୍ରୀ ବାରମ୍ବାର ଯାହା କହୁଛନ୍ତି ଏବଂ ଆରଏସଏସ ମୁଖ୍ୟ ବାରମ୍ବାର କହୁଛନ୍ତି ସେଥିପ୍ରତି ଆମେ ଅଧିକ ଧ୍ୟାନ ଦେବା ଉଚିତ । ଆମର ଅନ୍ତର୍ଭୂକ୍ତିର ପରମ୍ପରାକୁ ମଜବୁତ କରିବାକୁ ଚାହୁଁଛୁ। କାହାକୁ ବାଦ ଦିଆଯାଉ ନାହିଁ। ତାହା ହେଉଛି ଆମର ସାଂସ୍କୃତିକ ଐତିହ୍ୟ। ଆମେ ଏହାକୁ ମଜବୁତ କରିବା ଆବଶ୍ୟକ ବୋଲି କହିଛନ୍ତି । ଏହା ସହ ବହିଷ୍କୃତ ବିଜେପି ନେତା ନୁପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲ ଯାହା କହିଛନ୍ତି ତାହା ଟିଭି ସାମ୍ନାରେ କହିଛନ୍ତି । ଏହି ଜିନିଷଗୁଡ଼ିକ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେପଟେ ବିଜେପି ଜାତୀୟ ମୁଖପାତ୍ର ଥିବା ନୁପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବାବେଳେ ଦିଲ୍ଲୀ ବିଜେପି ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି । ତେଣୁ ଏସବୁକୁ ଗୁରୁତର ଭାବରେ ନେବାର କୌଣସି ଆବଶ୍ୟକତା ନାହିଁ ବୋଲି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts