ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ବେଲୁଚିସ୍ତାନରେ ଘାଟି ତଳକୁ ଖସିପଡିଲା ଯାତ୍ରୀବାହୀ ଗାଡି । ଗାଡି ଘାଟି ତଳକୁ ଖସିପଡିବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡିଟି ଘାଟି ତଳକୁ ଖସିପଡିଥିଲା । ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ବେଲୁଚିସ୍ତାନର ଡେପୁଟି କମିଶନର ହାଫିଜ ମହମ୍ମଦ କାସିମ କହିଛନ୍ତି ଯେ ଯାତ୍ରୀବାହୀ ବସ୍ ଯୋବରୁ ଲୋରାଲିଆ ଯାଉଥିଲା।
ସେ କହିଛନ୍ତି, ‘ଗାଡିଟି ଅଖତରଜାଇ ନିକଟ ଏକ ପାହାଡ ଉପରୁ ଖସିପଡିଥିଲା। ତେବେ ଏହି ଅଞ୍ଚଳ ଅତି ଦୁର୍ଗମ ହୋଇଥିବାରୁ ଉଦ୍ଧାର କାର୍ୟ୍ୟ କଷ୍ଟସାଧ୍ୟ ହେଉଛି । ଏପର୍ୟ୍ୟନ୍ତ ୨୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।





