ପାକିସ୍ତାନୀ ସେନାଧିକାରୀଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନୀ ସେନାଧିକାରୀଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ । ତେବେ ପରିବାର ସହ ବୁଲିବାକୁ ବାହାରିଥିବା ସେନାଧିକାରୀ କର୍ଣ୍ଣଲ ଲାଇକ୍ ବେଗ୍ ମିର୍ଜା ଇଦ୍ ଛୁଟିରେ ପରିବାର ସହ କରାଚିରୁ ଜିୟାରତ୍ ବୁଲିବାକୁ ଯାଉଥିବାବେଳେ ତାଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି ଆତଙ୍କବାଦୀ । ସେପଟେ କର୍ଣ୍ଣଲ ପରିବାରକୁ ନେଇ ବେଲୁଚିସ୍ତାନର ରାଜଧାନୀ କ୍ୱେଟା ଠାରୁ ପାଖାପାଖି ୧୦୦ କିଲୋମିଟର ଜିୟାରତ୍ ଆଡକୁ ଯାତ୍ର କରୁଥିଲେ ।

ଏହାପରେ ଆତଙ୍କବାଦୀମାନେ ତାଙ୍କୁ ସେଠାରୁ ଅପହରଣ କରିନେଇଥିଲେ । ତାଙ୍କ ପରିବାର ଲୋକଙ୍କୁ କୌଣସି କ୍ଷତି ପହଞ୍ଚାଇନଥିବାବେଳେ କର୍ଣ୍ଣଲଙ୍କୁ ଅପହରଣ କରିନେଇଥିଲେ । କର୍ଣ୍ଣଲଙ୍କୁ ଗୁଳିମାରି ହତ୍ୟା କରିଥିବା ଜଣାପଡିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts