ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିଷଙ୍କ ପରେ ବର୍ତ୍ତମାନ ପଶୁମାନଙ୍କ ପାଇଁ ବାହାରିଲା କରୋନା ଟୀକା । ଏହି ଟିକା ପୁରା ସ୍ୱଦେଶୀ ବୋଲି କୁହାଯାଉଛି । ଏହି ଟିକାର ହରିଆଣା ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ ଇକ୍ୱିବନ୍ସ ତରଫରୁ ପ୍ରସ୍ତୁତ କରାଯାଇଛି । ଏହି ଟିକାର ନାମ ଅନୋକୋଭାକ୍ସ ରଖାଯାଇଛି । ଏହି ଟିକାର ସ୍ୱତନ୍ତ୍ରତା ହେଉଛି ଏହା କରୋନାର ଡେଲ୍ଟା ଓ ଓମିକ୍ରନ ଭାରିଆଣ୍ଟ ଉପରେ ବି ପ୍ରଭାବ ପକାଇବ । କେବଳ ଭାକ୍ସିନ ନୁହେଁ ପଶୁମାନଙ୍କ ପାଇଁ ଆଣ୍ଟିବଡି ଡିଟେକ୍ସନ କିଟ୍ ବି ପ୍ରସ୍ତୁତ କରାଯାଇଛି ।
ସେପଟେ ଆଇସିଏଆର ଦାବି କରିଛି କି ଏହି ଟିକା ପଶୁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସହାୟକ ହେଉଛି । ଏହି ଟିକାରେ କରୋନାର ଡେଲ୍ଟା ଆଣ୍ଟିଜେନ ଓ ସହାୟତା ପାଇଁ ଲାହାଇଡ୍ରୋଜେଲ ମିଶ୍ରଣ କରାଯାଇଛି । ସବୁଠାରୁ ବଡକଥା କି ଏହି ଟିକାକୁ କକୁର, ସିଂହ,ମୂଷା ଭଳି ପଶୁମାନଙ୍କୁ ଦିଆଯାଇ ପାରିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





