ନୂଆଦିଲ୍ଲୀ: ଦେଶରେ ଏବେ ଲଗାତାର ଭାବେ କରୋନାର ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଉପର ମୁହାଁ କରୋନା ଗ୍ରାଫ୍। କିଛି ଦିନର ବ୍ୟବଧାନ ପରେ ଏବେ ସଂକ୍ରମଣ ବୃଦ୍ଧି ପାଇଛି । ତା ସହ ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ ।
୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିବା ପରେ ପୁଣି ବଢିଛି ।
ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୮୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ୪୦୩୭୦ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୬ ଲକ୍ଷ ୪୮ ହଜାର ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୨୪୭୫୭ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
